ଦେଶ ବିଦେଶ
California Crime : କାଲିଫର୍ନିଆରେ ପଟିଆଲା ଯୁବକଙ୍କୁ ଗୁଳିମାଡ଼, ମୃତଦେହ ଫେରାଇବାକୁ ପରିବାରର ନିବେଦନ
ତେବେ ବାରମ୍ବାର ଏନେଇ ଅଭିଯୋଗ କରାଯିବାପରେ କାଲିିଫର୍ନିଆ କର୍ତ୍ତୃପକ୍ଷମାନେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହାପରେ ସିଂହଙ୍କ ମର ଶରୀର ଏକ ଜଙ୍ଗଲ ଅଞ୍ଚଳରୁ ମିଳିଥିଲା ।

ପଟିଆଲା : ପଞ୍ଜାବ ପଟିଆଲାର ଜଣେ ୨୪ ବର୍ଷୀୟ ଯୁବକ ଖୁସକରନଦୀପ ସିଂହଙ୍କୁ କିଛି ଦୁର୍ବୃତ୍ତ କାଲିଫର୍ନିଆରେ ଗୁଳି କରି ହତ୍ୟା କରିଛନ୍ତି । ସିଂହ ନିଜ ପରିବାରକୁ ସହଯୋଗ କରିବାପାଇଁ ଗତ ୫ ବର୍ଷ ପୂର୍ବେ କାଲିଫର୍ନିଆ ଯାଇ ସେଠାରେ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ ଜୁଲାଇ ୩୦ ତାରିଖ ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ । ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଲାଗୁନାହିଁ ।
ସୌଜନ୍ୟ ସମ୍ବାଦ




