ଦେଶ ବିଦେଶ

LPG: ଆମେରିକାରୁ ଆସୁଛି ୬୭ ପ୍ରତିଶତ ଏଲ୍‌ପିଜି

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଭାରତରେ ବଡ଼ଧରଣର ଏଲ୍‌ପିଜି ସଙ୍କଟ ଉପୁଜିଥିଲା। ଏହି ସମସ୍ୟାକୁ ଟାଳିବା ପାଇଁ ସରକାର ଏଲ୍‌ପିଜି ଆମଦାନି ରଣନୀତିକୁ ବଦଳାଇ ଦେଇଛନ୍ତି। ସାଧାରଣତଃ ମଧ୍ୟପ୍ରାଚ୍ୟରୁ ସର୍ବାଧିକ ଏଲ୍‌ପିଜି କ୍ରୟ କରୁଥିବା ଭାରତ...

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଭାରତରେ ବଡ଼ଧରଣର ଏଲ୍‌ପିଜି ସଙ୍କଟ ଉପୁଜିଥିଲା। ଏହି ସମସ୍ୟାକୁ ଟାଳିବା ପାଇଁ ସରକାର ଏଲ୍‌ପିଜି ଆମଦାନି ରଣନୀତିକୁ ବଦଳାଇ ଦେଇଛନ୍ତି। ସାଧାରଣତଃ ମଧ୍ୟପ୍ରାଚ୍ୟରୁ ସର୍ବାଧିକ ଏଲ୍‌ପିଜି କ୍ରୟ କରୁଥିବା ଭାରତ ଏବେ ଯୁକ୍ତରାଷ୍ଟ୍ର ଆମେରିକାରୁ ସବୁଠୁ ଅଧିକ ବା ୬୭ ପ୍ରତିଶତ ଏଲ୍‌ପିଜି ଆମଦାନି କରୁଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଚଳିତବର୍ଷ ଆରମ୍ଭରେ ଭାରତ ଏହାର ମୋଟ ଆବଶ୍ୟକତାର ୧୦ ପ୍ରତିଶତ ଏଲ୍‌ପିଜି ଆମେରିକାରୁ ଆମଦାନି କରିବା ଯୋଜନା ରଖିଥିଲା। ସେହି ସମୟରେ ସ୍ବାଧୀନ ଭାବେ ସେହି ନିଷ୍ପତ୍ତି ନିଆଯାଇଥିଲା। ହର୍ମୁଜ ପ୍ରଣାଳୀରେ ସୃଷ୍ଟ ସଙ୍କଟ ସହିତ ସେହି ନିଷ୍ପତ୍ତିର କୌଣସି ସମ୍ପର୍କ ନଥିଲା। ଦେଶ ନିକଟରେ ଏଲ୍‌ପିଜି ଯୋଗାଣକାରୀ ଥିବାବେଳେ ଏଭଳି ନିଷ୍ପତ୍ତିି ନେବାର ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନ ଉଠିଥିଲା। କିନ୍ତୁ ସେବେଠାରୁ ବର୍ତ୍ତମାନ ମଧ୍ୟରେ ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ଭାରତ ଏବେ ଆମେରିକାରୁ ୬୭ ପ୍ରତିଶତ ଏଲ୍‌ପିଜି ଆମଦାନି କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button