Thailand school: ଥାଇଲାଣ୍ଡ ସ୍କୁଲରେ ଛାତ୍ରର ଗୁଳିମାଡ଼: ୮ ମୃତ
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ ଉପକଣ୍ଠରେ ଥିବା ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ଶୁକ୍ରବାର ଜଣେ ନାବାଳକ ଛାତ୍ର ଭୟାବହ ଗୁଳିକାଣ୍ଡ ଘଟାଇଛି। ଏହି ଆକ୍ରମଣରେ ୩ ଜଣ ଶିକ୍ଷକ, ୩ ଜଣ ଛାତ୍ର ଏବଂ ଆକ୍ରମଣକାରୀର ଜେଜେବାପା ଓ ଜେଜେମା’ଙ୍କୁ ମିଶାଇ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି।

ବ୍ୟାଙ୍କକ: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ ଉପକଣ୍ଠରେ ଥିବା ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ଶୁକ୍ରବାର ଜଣେ ନାବାଳକ ଛାତ୍ର ଭୟାବହ ଗୁଳିକାଣ୍ଡ ଘଟାଇଛି। ଏହି ଆକ୍ରମଣରେ ୩ ଜଣ ଶିକ୍ଷକ, ୩ ଜଣ ଛାତ୍ର ଏବଂ ଆକ୍ରମଣକାରୀର ଜେଜେବାପା ଓ ଜେଜେମା’ଙ୍କୁ ମିଶାଇ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜାତୀୟ ପୁଲିସ ମୁଖପାତ୍ର ଟ୍ରାଇରୋଙ୍ଗ ଫିଓଫାନ ସୂଚନା ଦେଇଛନ୍ତି। ନୋନ୍ଥାବୁରୀ ପ୍ରଦେଶର ଏକ ହାଇସ୍କୁଲରେ ଏହି ଜଘନ୍ୟ କାଣ୍ଡ ଘଟିଛି। ଅଭିଯୁକ୍ତ ଜଣକ ସେହି ବିଦ୍ୟାଳୟର ନବମ ଶ୍ରେଣୀର ଜଣେ ୧୪ ବର୍ଷୀୟ ଛାତ୍ର ବୋଲି ପୁଲିସ ଚିହ୍ନଟ କରିଛି ଏବଂ ଗୁଳିବର୍ଷା କରିବା ପରେ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛି। ପୁଲିସ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ, ଅଭିଯୁକ୍ତ ଛାତ୍ର ଜଣକ ସ୍କୁଲ କ୍ୟାମ୍ପସକୁ ଆସିବା ପୂର୍ବରୁ ନିଜ ବାସଭବନରେ ତା’ର ଜେଜେବାପା ଏବଂ ଜେଜେମା’ଙ୍କୁ ଗୁଳିକରି ହତ୍ୟା କରିଥିଲା। ଏଥିପାଇଁ ସେ ନିଜ ଜେଜେବାପାଙ୍କର ଏକ ୯ ମିଲିମିଟର ପିସ୍ତଲ ବ୍ୟବହାର କରିଥିଲା।
ସୌଜନ୍ୟ ସମ୍ବାଦ




