ଦେଶ ବିଦେଶ

Khamenei Health: ମୋଜତାବାଙ୍କ ମୃତ୍ୟୁ ଖବର ଆସିଲେ ବି କିଛି ଆଶ୍ଚର୍ଯ୍ୟ ହେବାର ନାହିଁ!: ହସ୍ପିଟାଲରେ ଭର୍ତ୍ତି ହେବା ସୂଚନା ନେଇ ଦାବି କଲା ଇସ୍ରାଏଲ

ଇସ୍ରାଏଲୀ ଗଣମାଧ୍ୟମ ସୂତ୍ର ଦାବି କରିଛି ଯେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ନେଇ ଇରାନରେ ଉଚ୍ଚ ଅଧକାରୀଙ୍କ ମଧ୍ୟରେ ଚିନ୍ତା ଏବଂ ଗୁଜବ ସୃଷ୍ଟି ହୋଇଛି।

ଜେରୁସାଲେମ/ତେହେରାନ: ଇସ୍ରାଏଲୀ ଗଣମାଧ୍ୟମ ସୂତ୍ର ଦାବି କରିଛି ଯେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ନେଇ ଇରାନରେ ଉଚ୍ଚ ଅଧକାରୀଙ୍କ ମଧ୍ୟରେ ଚିନ୍ତା ଏବଂ ଗୁଜବ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ମଧ୍ୟ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ, ଏବେ ସର୍ବୋଚ୍ଚ ନେତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ବହୁତ କଷ୍ଟକର। ମୋଜତାବାଙ୍କର କାର୍ଯ୍ୟ କରିବାର କ୍ଷମତା ବିଷୟରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠାଯାଉଛି, ଯାହା ଫଳରେ ଇରାନ ସରକାରଙ୍କ ବରିଷ୍ଠ ନେତୃତ୍ୱର ସ୍ଥିରତା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନାନା କଳ୍ପାନଜଳ୍ପନା ଜାରି ରହିଛି।ଇସ୍ରାଏଲୀ ଟେଲିଭିଜନ ଚ୍ୟାନେଲ ୧୪ ରିପୋର୍ଟ କରିଛି ଯେ, ସର୍ବୋଚ୍ଚ ନେତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଜେରୁସାଲେମ ପୋଷ୍ଟର ଏକ ସୂତ୍ର ଦାବି କରିଛି ଯେ, ଯଦି ମୋଜତାବାଙ୍କ ସହିଦ ହେବାର ଖବର ବି ଆସେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଇସ୍ରାଏଲର ଏଭଳି ଦାବି ଇରାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button