US Senate Passes: ଭାରତ ଉପରେ ୧୦୦% ଶୁଳ୍କ ଏବଂ ରୁଷ ଉପରେ କଟକଣା ବିଲ୍ ଆମେରିକା ସିନେଟରେ ପାରିତ
ଆମେରିକାର ସେନେଟ୍ ରୁଷ ଉପରେ କଟକଣା ଲଗାଇବା ପାଇଁ ଏକ ବିଲ୍ ମଞ୍ଜୁର କରିଛି। ବିଲ୍ରେ ରୁଷଠାରୁ ଅଶୋଧିତ ତୈଳ ଏବଂ ଗ୍ୟାସ୍ କିଣୁଥିବା ଭାରତ ଏବଂ ଚୀନ୍ ଉପରେ ଭାରୀ ଶୁଳ୍କ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ୱାସିଂଟନ:ଆମେରିକାର ସେନେଟ୍ ରୁଷ ଉପରେ କଟକଣା ଲଗାଇବା ପାଇଁ ଏକ ବିଲ୍ ମଞ୍ଜୁର କରିଛି। ବିଲ୍ରେ ରୁଷଠାରୁ ଅଶୋଧିତ ତୈଳ ଏବଂ ଗ୍ୟାସ୍ କିଣୁଥିବା ଭାରତ ଏବଂ ଚୀନ୍ ଉପରେ ଭାରୀ ଶୁଳ୍କ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସିନେଟ୍ରେ ୮୬ ଭୋଟ୍ ସହିତ ପ୍ରବଳ ସମର୍ଥନ ମିଳିଥିଲା। କେଣ୍ଟୁକିର ରାଣ୍ଡ ପଲ୍ ଏକମାତ୍ର ରିପବ୍ଲିକାନ୍ ଭାବେ ଏହି ଆଇନକୁ ବିରୋଧ କରିଥିଲେ। ସେହିପରି ୧୦ ଜଣ ଡେମୋକ୍ରାଟିକ୍ ସେନେଟର୍ ଏହା ବିରୋଧରେ ଭୋଟ୍ ଦେଇଥିଲେ। ବିଲ୍କୁ ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ ୨୦୨୬ ଭାବେ ନାମିତ କରାଯାଇଛି। ଏହି ଦ୍ୱିପାକ୍ଷିକ ବିଲ୍ ସ୍ୱର୍ଗତ ରିପବ୍ଲିକାନ୍ ସେନେଟର୍ ଲିଣ୍ଡସେ ଗ୍ରାହାମ୍ ଏବଂ ଡେମୋକ୍ରାଟ୍ ରିଚାର୍ଡ ବ୍ଲୁମେନ୍ଥଲ୍ ଦ୍ୱାରା ପ୍ରସ୍ତାବିତ ହୋଇଥିଲା। ଲିଣ୍ଡସେ ଗ୍ରାହାମ୍ଙ୍କର ଗତ ମାସରେ ଅପ୍ରତ୍ୟାଶିତ ମୃତ୍ୟୁ ହୋଇଥିଲା।ଭୋଟ୍ ପରେ, ସେନେଟର୍ ବ୍ଲୁମେନ୍ଥଲ୍ ସାମ୍ବାଦିକମାନଙ୍କୁ କହିଥିଲେ, ଗ୍ରାହାମ୍ ଆମେ ଯାହା ହାସଲ କରିଛୁ ତାହା ପାଇଁ ଗର୍ବିତ ହୋଇଥାନ୍ତେ। ଏହି କଠୋର ପ୍ରତିବନ୍ଧକ ଏବଂ ଶୁଳ୍କ ସେହି ସମସ୍ତଙ୍କୁ ନିବୃତ୍ତ କରିବ ଯେଉଁମାନେ ଏକ ସାହସୀ ଏବଂ ସ୍ବାଧୀନ ଲୋକଙ୍କ ବିରୋଧରେ ଏହି ଘାତକ ଯୁଦ୍ଧରେ ସାମିଲ ଅଛନ୍ତି। କିଛି ଡେମୋକ୍ରାଟ୍ ଚେତାବନୀ ଦେଇଥିଲେ ଯେ ଏହି ବିଲ୍ ଟ୍ରମ୍ପଙ୍କୁ ନୂତନ ଶୁଳ୍କ-ସମ୍ବନ୍ଧୀୟ କ୍ଷମତା ପ୍ରଦାନ କରିବ। ଯାହା ଦ୍ବାରା ସେ ପୂର୍ବ ଭଳି ମନମୁଖୀ ଭାବେ ବ୍ୟବହାର କରିପାରିବେ।
ସୌଜନ୍ୟ ସମ୍ବାଦ




