ରାଜ୍ୟ
High Court Orders: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବାଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ପାରାଦୀପ ବନ୍ଦରରେ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବାଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨) ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ମୂଳ ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨) ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ସେପ୍ଟେମ୍ବର ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।
ସୌଜନ୍ୟ ସମ୍ବାଦ




