ରାଜ୍ୟ
Accident: ହୋଟେଲ ଭିତରେ ପଶିଗଲା କାର୍, ବାଇକ ଆରୋହୀଙ୍କ ସମେତ ଦୁଇ ଆହତ
ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି l କାରଟି ଭାରସାମ୍ୟ ହରାଇ ବେଦବ୍ୟାସ ଟିସିଆଇ ନିକଟ ଏକ ହୋଟେଲ ଭିତରକୁ ପଶି ଯାଇଥିଲା l କାର ଚାଳକ ଓ ବାଇକ ଆରୋହୀ ଆହତ ହୋଇଛନ୍ତି l

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି l କାରଟି ଭାରସାମ୍ୟ ହରାଇ ବେଦବ୍ୟାସ ଟିସିଆଇ ନିକଟ ଏକ ହୋଟେଲ ଭିତରକୁ ପଶି ଯାଇଥିଲାl
ପୁଲିସର ତଦନ୍ତ ଜାରି
କାର ଚାଳକ ଓ ବାଇକ ଆରୋହୀ ଆହତ ହୋଇଛନ୍ତି l ଦୁହିଁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ବ୍ରାହ୍ମଣୀତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ଘଟଣାର ତଦନ୍ତ ଚଳାଇଛି l
ସୌଜନ୍ୟ ସମ୍ବାଦ




