Horoscope 2026 August 10: ଜାଣନ୍ତୁ ଆଜିର ରାଶିଫଳ
ଜମି କିଣାବିକାର ଯୋଜନା ଥିଲେ, ସେ ନେଇ ବିଚାରବିମର୍ଶ କରନ୍ତୁ। କେହି ଆପଣଙ୍କ କାମରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ବନ୍ଧୁ ସହିତ ମନୋରଞ୍ଜନର ମଉକା ପାଇବେ। କାମ ଯଥାଶୀଘ୍ର ସାରିବାରେ ଭାବନା ରଖନ୍ତୁ।

୧୦ ଅଗଷ୍ଟ ୨୦୨୬, ସୋମବାର। ତିଥି: ଶ୍ରାବଣ କୃଷ୍ଣ ଦ୍ବାଦଶୀ। ନକ୍ଷତ୍ର: ଆର୍ଦ୍ରା। ଚନ୍ଦ୍ର: ମିଥୁନ। କ୍ଷୟାତିଥି, ସୋମ ପ୍ରଦୋଷ ବ୍ରତ। ସୂର୍ଯ୍ୟୋଦୟ: ୫ଟା୨୯, ସୂର୍ଯ୍ୟାସ୍ତ: ୬ଟା୧୪। ଘାତଚନ୍ଦ୍ର: କନ୍ୟା। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୨୯ରୁ ୭ଟା୪, ଦିବା ୧୦ଟା୩୫ରୁ ୧ଟା୮, ଦିବା ୪ଟା୩୯ରୁ ୫ଟା୨୩, ସନ୍ଧ୍ୟା ୬ଟା୫୯ରୁ ୯ଟା୧୪, ରାତ୍ରି ୧୧ଟା୫୨ରୁ ୨ଟା୨୯ ପର୍ଯ୍ୟନ୍ତ।
ମେଷ: ଜମି କିଣାବିକାର ଯୋଜନା ଥିଲେ, ସେ ନେଇ ବିଚାରବିମର୍ଶ କରନ୍ତୁ। କେହି ଆପଣଙ୍କ କାମରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ବନ୍ଧୁ ସହିତ ମନୋରଞ୍ଜନର ମଉକା ପାଇବେ।
ବୃଷ: କାମ ଯଥାଶୀଘ୍ର ସାରିବାରେ ଭାବନା ରଖନ୍ତୁ। କାର୍ କିଣିବା ଲାଗି ଆପଣଙ୍କର ଇଚ୍ଛା ହେବ। ଛାତ୍ରଛାତ୍ରୀ ନିଜର ଯୋଗ୍ୟତା ବଳରେ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ପାଇବେ।
ମିଥୁନ: କାମ ନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରିପାରନ୍ତି। ଅଟକିଥିବା ଅର୍ଥ ମିଳିବା ଯୋଗୁଁ ଆର୍ଥିକ ପକ୍ଷ ସାମାନ୍ୟ ରହିବ। ପାରିବାରିକ ଜୀବନ ସୁଖମୟ ହେବ।
କର୍କଟ: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବାର ଯୋଗ ଅଛି। ବ୍ୟକ୍ତିଗତ କାମରେ ବ୍ୟସ୍ତ ରହିବେ। ନୂଆ ପ୍ରୋଜେକ୍ଟ ପୂରା କରିବାରେ ଅଧିକାରୀମାନଙ୍କର ସହଯୋଗ ପାଇବେ।
ସିଂହ: ଘର କାମରେ ଆପଣଙ୍କ ଅର୍ଥ ଲାଗିପାରେ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ ବରିଷ୍ଠ ଓ ଅନୁଭବୀ ଲୋକଙ୍କ ସହିତ ଅତିବାହିତ କରିବେ। ନୂଆ ସୂଚନା ମିଳିବ। ଛାତ୍ର ସହପାଠୀଙ୍କ ସାହାଯ୍ୟ ପାଇବେ।
କନ୍ୟା: ନମ୍ର ବ୍ୟବହାର ଆପଣଙ୍କୁ ସମ୍ମାନ ଆଣିଦେବ। ପାରିବାରିକ ସମ୍ବନ୍ଧରେ ଆତ୍ମୀୟତା ଅନୁଭବ କରିବେ। ଆପଣଙ୍କୁ ଏକାବେଳେ ଅନେକ ଦାୟିତ୍ବ ମିଳିପାରେ।
ତୁଳା: ଦାନ ପୁଣ୍ୟ କରିବାରେ ରୁଚି ବଢ଼ିବ। ଗୃହସ୍ଥ ଜୀବନରେ ସୁଖୀ ରହିବେ। ବିଦ୍ୟୁତ୍ ଉପକରଣ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ଘରେ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ବିଛା: କୌଣସି ସମସ୍ୟାର ସମାଧାନ କରିବାରେ ଆପଣଙ୍କ ସହଯୋଗ ସକାରାତ୍ମକ ରହିବ। ଘର ଲୋକଙ୍କ ସହିତ ଭଲ ସମୟ କାଟିବେ। ଛାତ୍ରଙ୍କୁ ସଫଳତା ମିଳିବ।
ଧନୁ: ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପୁରୁଣା ବନ୍ଧୁ ଆପଣଙ୍କୁ ଫୋନ କରିବେ। କାରବାର ବଢ଼ାଇବା ପାଇଁ ମଉକା ପାଇବେ।
ମକର: ଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନେଲେ ଆପଣଙ୍କର ଅଧିକାଂଶ ସମସ୍ୟାର ସମାଧାନ ହୋଇଯିବ। କାମରେ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।
କୁମ୍ଭ: ପ୍ରସାଧନ ବ୍ୟବସାୟୀଙ୍କର ବହୁତ ଲାଭ ହେବ। ଆପଣଙ୍କ ବିରୋଧୀ ଆପଣଙ୍କୁ ଅଫିସ କାମରେ ମତ ମାଗିବେ। ଦାମ୍ପତ୍ୟ ଜୀବନରେ ଶାନ୍ତିର ବାତାବରଣ ବଜାୟ ରହିବ।
ମୀନ: ବେପାରରେ ଆଶାଜନକ ଫଳ ପାଇବେ। ସନ୍ତାନର କୌଣସି ନକାରାତ୍ମକ ଗତିବିଧି ଜାଣି ପାରିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ସୌଜନ୍ୟ ସମ୍ବାଦ




