Sri Lanka tour practice match: ଶ୍ରୀଲଙ୍କା ଗସ୍ତ ଅଭ୍ୟାସ ମ୍ୟାଚ୍ରେ ଅପ୍ରତ୍ୟାଶିତ ଉତ୍କଣ୍ଠା: ଶେଷ ଓଭରରେ ସିରାଜଙ୍କ ହ୍ୟାଟ୍ରିକ୍ ଛକା ଦେଲା ବିଜୟ
ଟେଷ୍ଟ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ଏକାଦଶ ମଧ୍ୟରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ଯାହାକି ଡ୍ର’ ହେବାକୁ ଯାଉଥିବାବେଳେ ମାତ୍ର କେଇଟା ବଲ୍ରେ ସବୁକିଛି ଓଲଟପାଲଟ ହୋଇଯାଇଛି।

କଲମ୍ବୋ: ଟେଷ୍ଟ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ଏକାଦଶ ମଧ୍ୟରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ଯାହାକି ଡ୍ର’ ହେବାକୁ ଯାଉଥିବାବେଳେ ମାତ୍ର କେଇଟା ବଲ୍ରେ ସବୁକିଛି ଓଲଟପାଲଟ ହୋଇଯାଇଛି। ଠିକ୍ ବର୍ଷକ ତଳେ ଭାରତକୁ ଓଭାଲ୍ ଟେଷ୍ଟ୍ରେ ନିଜ ବୋଲିଂ ବଳରେ ଚମତ୍କାର ବିଜୟ ଦେଇଥିବା ମହମ୍ମଦ ସିରାଜ ରବିବାର କିନ୍ତୁ ବ୍ୟାଟିଂ କମାଲ କରି ଭାରତୀୟ ଏକାଦଶକୁ ଅପ୍ରତ୍ୟାଶିତ ବିଜୟ ଅର୍ପଣ କରିଛନ୍ତି। ଏହି ମ୍ୟାଚ୍କୁ ଅନୁସରଣ କରୁଥିବା କିଛି ପ୍ରଶଂସକ ଶେଷ ଓଭର ପୂର୍ବରୁ ଲେଖିଥିଲେ ‘ଭାରତ କାହିଁକି ବିଜୟ ପାଇଁ ପ୍ରୟାସ କରୁନାହିଁ’। ପଡ଼ିଆ ଭିତରେ କିନ୍ତୁ ଏହାର ପ୍ରଭାବ ତୁରନ୍ତ ପଡ଼ିଥିଲା। ସିରାଜ ନିଜ ଶେଷ ୮ ବଲ୍ରୁ ୩୦ ରନ୍ ସଂଗ୍ରହ କରି ବିଜୟ ଛଡ଼ାଇ ଆଣିଥିଲେ। ଶେଷ ଓଭର ପ୍ରଥମ ୩ ବଲ୍କୁ ଛକା ମାରି ସେ ପର୍ଯ୍ୟନ୍ତ ନିର୍ଜୀବ ଲାଗୁଥିବା ମ୍ୟାଚ୍କୁ ଜୀବନ୍ତ ଓ ରୋମାଞ୍ଚଭରା କରି ଦେଇଥିଲେ। ସିରାଜ ୧୫ ବଲ୍ରୁ ୩୨* ରନ୍ (୪ ଛକା, ୧ ଚୌକା) ସଂଗ୍ରହ କରି ମ୍ୟାଚ୍କୁ ସ୍ମରଣୀୟ କରି ଦେଇଥିଲେ। ଫଳରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ଆତ୍ମବିଶ୍ବାସ ପାଇଛି।
ସୌଜନ୍ୟ ସମ୍ବାଦ




