ଦେଶ ବିଦେଶ

Himachal Pradesh: ହିମାଚଳ ପ୍ରଦେଶରେ ଖାଇକୁ ଗାଡ଼ି ଖସି ୪ ଜଣଙ୍କ ମୃତ୍ୟୁ

ହିମାଚଳପ୍ରଦେଶର ସିରମୌର ଜିଳ୍ଲାର ଗାଟଲଗ ନିକଟରେ ଆଜି ଏକ ଗଭୀର ଖାଇକୁ ଏକ ଗାଡ଼ି ଖସି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି।

ସିମ୍‌ଲା : ହିମାଚଳପ୍ରଦେଶର ସିରମୌର ଜିଳ୍ଲାର ଗାଟଲଗ ନିକଟରେ ଆଜି ଏକ ଗଭୀର ଖାଇକୁ ଏକ ଗାଡ଼ି ଖସି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ଜଗଦୀଶ ଶର୍ମା ନାମକ ଜଣେ ମହିଳାଙ୍କର ହୃଦ୍‌ଘାତ ପରେ ତାଙ୍କୁ ହସ୍ପିଟାଲନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କ ମୃତ ଘୋଷଣା କରିଥିଲେ।

ଏହାପରେ ତାଙ୍କ ମର ଶରୀରକୁ ପରିବାର ସଦସ୍ୟ ଏବଂ ଗାଁ ଲୋକ ଧରି ଘରକୁ ଫେରୁଥିବାବେଳ ବାଟରେ ଏକ ଖାଇକୁ ଗାଡ଼ି ଖସି ଯାଇଥିଲା। ମୃତକମାନେ ହେଉଛନ୍ତି ରା‌ଜେନ୍ଦ୍ର (୩୭), ଦେସ ରାଜ (୨୩) ଏବଂ ଏମାନେ ଅର୍ଲୁ ଗ୍ରାମର। ସେହିପରି ଅନ୍ୟ ୨ ମୃତ ରିଖି ରାମ (୫୮) ଏବଂ ରାମ ଗୋପାଳ (୬୨) ଚିନାଦ ଗ୍ରାମର। ଆହତମାନଙ୍କର ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button