ଦେଶ ବିଦେଶ

Judgement: ଅନଧିକୃତ ନିର୍ମାଣ ଓ ଆବାସିକ ଅଞ୍ଚଳରେ ବାଣିଜ୍ୟିକ କାର୍ଯ୍ୟକଳାପ ବିରୋଧରେ କଠୋର ହେଲେ ସୁପ୍ରିମ୍‌କୋର୍ଟ

ଅନଧିକୃତ ନିର୍ମାଣ ଏବଂ ଆବାସିକ ଅଞ୍ଚଳରେ ନିୟମ ଉଲ୍ଲଂଘନ କରି ବାଣିଜ୍ୟିକ କାର୍ଯ୍ୟକଳାପ ଚଳାଇବା ମାମଲାରେ ସୁପ୍ରିମ୍‌କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦିଲ୍ଲୀ, ପାଟନା, ଲକ୍ଷ୍ନୌ ସମେତ ବିଭିନ୍ନ ସହରରେ ନିୟମ ଉଲ୍ଲଂଘନ କରୁଥିବା କୋଠା ଓ ସଂରଚନା...

ନୂଆଦିଲ୍ଲୀ: ଅନଧିକୃତ ନିର୍ମାଣ ଏବଂ ଆବାସିକ ଅଞ୍ଚଳରେ ନିୟମ ଉଲ୍ଲଂଘନ କରି ବାଣିଜ୍ୟିକ କାର୍ଯ୍ୟକଳାପ ଚଳାଇବା ମାମଲାରେ ସୁପ୍ରିମ୍‌କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦିଲ୍ଲୀ, ପାଟନା, ଲକ୍ଷ୍ନୌ ସମେତ ବିଭିନ୍ନ ସହରରେ ନିୟମ ଉଲ୍ଲଂଘନ କରୁଥିବା କୋଠା ଓ ସଂରଚନା ବିରୋଧରେ ତୁରନ୍ତ ଓ ପ୍ରଭାବୀ ପଦକ୍ଷେପ ନେବାକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଆବଶ୍ୟକ ହେଲେ ସିଲ୍‌ କରିବା ଓ ଭଙ୍ଗାଯିବା ଭଳି ପଦକ୍ଷେପ ମଧ୍ୟ ରହିଛି।

ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଆର୍‌ ମହାଦେବନଙ୍କ ଖଣ୍ଡପୀଠ ଅଗଷ୍ଟ ୧୨ରେ ଏହି ପ୍ରସଙ୍ଗରେ ଶୁଣାଣି କରିଥିଲେ। ଦିଲ୍ଲୀରେ ଲଜପତନଗର ଓ ସରୋଜିନୀନଗର ବଜାରରେ ନିୟମ ଉଲ୍ଲଂଘନ ଓ ଅସୁରକ୍ଷିତ ନିର୍ମାଣ ଚିହ୍ନଟ ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇନଥିବାରୁ ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ଓ ନୂଆଦିଲ୍ଲୀ ନଗର ପରିଷଦ (ଏନ୍‌ଡିଏମ୍‌ସି) ଉପରେ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ। ଜୁଲାଇ ୯ରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଆଇଆଇଟି ଦିଲ୍ଲୀର ଦୁଇ ପ୍ରଫେସର ଓ ଅନ୍ୟ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରି ସର୍ବେକ୍ଷଣ କରିବାକୁ କୁହାଯାଇଥିଲା। କିନ୍ତୁ ଏହା ଆରମ୍ଭ ହୋଇନଥିବାରୁ କୋର୍ଟ ଅସନ୍ତୋଷ ଜଣାଇଛନ୍ତି।

ପାଟନାରେ ସ୍ଥିତି ଆହୁରି ଗମ୍ଭୀର। ପାଟନା ନଗର ନିଗମର ନୂଆ ସତ୍ୟପାଠ ଅନୁସାରେ ସର୍ବେକ୍ଷଣ ପରେ ୨୬,୭୪୬ଟି ଏଭଳି ମାମଲା ଚିହ୍ନଟ ହୋଇଛି, ଯେଉଁଠି ଆବାସିକ ସମ୍ପତ୍ତିକୁ ବାଣିଜ୍ୟିକ କାମରେ ବ୍ୟବହାର କରାଯାଉଛି। ପୂର୍ବତନ ନଗର ଆୟୁକ୍ତ ପରାଶରଙ୍କ ସତ୍ୟପାଠରେ ତାଙ୍କ କାର୍ଯ୍ୟକାଳରେ ନିୟମ ଉଲ୍ଲଂଘନ ସମ୍ପର୍କିତ ପ୍ରାୟ ୫୦୦ ମାମଲା ସାମ୍ନାକୁ ଆସିଥିବା କୁହାଯାଇଛି। ସେଥିରୁ ୮୧ଟି ମାମଲାରେ ସ୍ୱତଃସଂଜ୍ଞାନ ନିଆଯାଇଥିଲା ଏବଂ ୧୨୯ଟିରେ ଆଦେଶ ଜାରି କରାଯାଇଥିଲା। ଅଦାଲତ ପରାଶରଙ୍କୁ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ‌ନେଇନ ବୋଲି କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button