ଦେଶ ବିଦେଶ

Lok sabha: ‘ହଟ୍ଟଗୋଳ କରି ଗୃହର ଭାବମୂର୍ତ୍ତି ନଷ୍ଟ କର ନାହିଁ’

ଲୋକସଭାରେ ଲଗାତାର ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜିକୁ ନେଇ ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସକ ଦଳ ଓ ବିରୋଧୀଙ୍କ ମତ ଭିନ୍ନ ହୋଇପାରେ, କିନ୍ତୁ ଦେଶବାସୀ ଲୋକସଭାର କାର୍ଯ୍ୟ ସୁରୁଖୁରୁରେ...

ନୂଆଦିଲ୍ଲୀ: ଲୋକସଭାରେ ଲଗାତାର ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜିକୁ ନେଇ ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସକ ଦଳ ଓ ବିରୋଧୀଙ୍କ ମତ ଭିନ୍ନ ହୋଇପାରେ, କିନ୍ତୁ ଦେଶବାସୀ ଲୋକସଭାର କାର୍ଯ୍ୟ ସୁରୁଖୁରୁରେ ଚାଲିବାକୁ ଚାହୁଛନ୍ତି ବୋଲି ବିର୍ଲା କହିଛନ୍ତି। ବିରୋଧୀ ସାଂସଦମାନଙ୍କୁ ଆନ୍ଦୋଳନ ଓ ନାରାବାଜି ବନ୍ଦ କରି ଗୃହ ଚଳାଇବାରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ।

ବୁଧବାର ପୂର୍ବାହ୍ଣରେ ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସାଂସଦମାନେ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରତିବାଦ କରିଥିଲେ। ସେମାନେ ନାରାବାଜି କରିବା ସହ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏହା ମଧ୍ୟରେ ବାଚସ୍ପତି ବିର୍ଲା କହିଥିଲେ ଯେ ସାଂସଦମାନଙ୍କର ମତ ଓ ଚିନ୍ତାଧାରା ଭିନ୍ନ ହୋଇପାରେ, କିନ୍ତୁ ସେଥିପାଇଁ ଗୃହର ମର୍ଯ୍ୟାଦା ଓ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଠିକ୍‌ ନୁହେଁ। ପ୍ରତିବାଦ ଓ ନାରାବାଜି ଯୋଗୁଁ ଲୋକସଭାର ଭାବମୂର୍ତ୍ତି ନଷ୍ଟ ହେଉଥିବାରୁ ଏଭଳି ଆଚରଣରୁ ବିରତ ରହିବାକୁ ସେ ବିରୋଧୀ ସାଂସଦମାନଙ୍କୁ କହିଥିଲେ।

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ବିର୍ଲା ଗୃହର କାର୍ଯ୍ୟକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଏହି ଦିନ ପ୍ରଶ୍ନକାଳ ମାତ୍ର ୩ ମିନିଟ୍‌ରୁ କମ୍‌ ସମୟ ଚାଲିଥିଲା। ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଗୋଟିଏ ଦିନ ମଧ୍ୟ ପ୍ରଶ୍ନକାଳ ପୂରା ଚାଲିପାରିନାହିଁ। ବୁଧବାର ଏହା ଲଗାତାର ୧୮ଶ ଦିନ ଥିଲା, ଯେଉଁଦିନ ପ୍ରଶ୍ନକାଳ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ବାଧାପ୍ରାପ୍ତ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button