ଦେଶ ବିଦେଶ

Congress: ୫ ରାଜ୍ୟ ନିର୍ବାଚନରେ ୨୪୮.୬ ‌ କୋଟି ଖର୍ଚ୍ଚ କରିଛି କଂଗ୍ରେସ

ନିକଟରେ ଦେଶର ୫ ରାଜ୍ୟ ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ପୁଡ଼ୁଚେରୀରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପ୍ରଚାରରେ କଂଗ୍ରେସ ୨୪୮.୬ କୋଟି ଖର୍ଚ୍ଚ କରିଛି।

ନୂଆଦିଲ୍ଲୀ: ନିକଟରେ ଦେଶର ୫ ରାଜ୍ୟ ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ପୁଡ଼ୁଚେରୀରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପ୍ରଚାରରେ କଂଗ୍ରେସ ୨୪୮.୬ କୋଟି ଖର୍ଚ୍ଚ କରିଛି। ୫ ରାଜ୍ୟରେ ନିର୍ବାଚନ ଖର୍ଚ୍ଚ ନେଇ କଂଗ୍ରେସ ନିର୍ବାଚନ କମିସନ୍‌ (ଇସି) ନିକଟରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଦଳ ୨୦୨୬ ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବାଠାରୁ ୨୦୨୬ ମେ ୬ ତାରିଖରେ ନିର୍ବାଚନ ଫଳ ଆସିବା ପର୍ଯ୍ୟନ୍ତ ନଗଦ ୧୦୪ କୋଟି ଟଙ୍କା ପାଣ୍ଠି ହାସଲ କରିଛି ଏବଂ ୧୦୩.୧ କୋଟି ଟଙ୍କାର ଚେକ୍‌ ପାଇଛି।

ଏଥିସହ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଦଳ ମୋଟ୍‌ ୨୦୭.୧ ‌କୋଟି ଟଙ୍କାର ପାଣ୍ଠି ହାସଲ କରିଛି। ଦଳ ସାଧାରଣ ପାର୍ଟି ପ୍ରୋପାଗଣ୍ଡାରେ ୧୪୩ କୋଟି ଖର୍ଚ୍ଚ କରିଥିବାବେଳେ ଏହା ପ୍ରାର୍ଥୀଙ୍କ ପିଛା ୧୦୫.୬ କୋଟି ଖର୍ଚ୍ଚ କରିଛି। ଭର୍ଚୁଆଲ ପ୍ରଚାର ପାଇଁ ଦଳ ୬.୮ କୋଟି ଖର୍ଚ୍ଚ କରିଛି। ଦଳ ଗଣମାଧ୍ୟମରେ ବିଜ୍ଞାପନ ଉଭୟ ପ୍ରିଣ୍ଟ୍‌ ଓ ଇଲେକଟ୍ରୋନିକ୍‌ରେ ୯୨.୫ କୋଟି ଖର୍ଚ୍ଚ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button