ଦେଶ ବିଦେଶ

Supreme Court: ପ୍ରତିବାଦକାରୀଙ୍କ ମୁହଁ ଚିହ୍ନଟ ପାଇଁ ପୁଲିସର ପ୍ରଯୁକ୍ତି ବ୍ୟବହାର; ଆଇନଗତ ବୈଧତା ପରଖିବେ ସୁପ୍ରିମ୍‌କୋର୍ଟ

ଏହି ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି କେରଳର ରାଜ୍ୟସଭା ସାଂସଦ ତଥା ସିପିଆଇ(ଏମ୍‌) ନେତା ଏ.ଏ. ରହିମ୍‌ । ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ବାମୀ ସୁପ୍ରିମ୍‌କୋର୍ଟରେ ପକ୍ଷ ରଖିଥିଲେ । ଆଇନଜୀବୀ ସୁଭାଷ ଚନ୍ଦ୍ରନ କେଆର୍‌ଙ୍କ ମାଧ୍ୟମରେ ଆବେଦନ ଦାଖଲ ହୋଇଛି ।

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତରମନ୍ତରରେ ନିଟ୍‌ ପ୍ରସଙ୍ଗକୁ ନେଇ ପ୍ରତିବାଦ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଦିଲ୍ଲୀ ପୁଲିସ ମୁହଁ ଚିହ୍ନଟ ପ୍ରଯୁକ୍ତି ଓ ଅନ୍ୟ ବାୟୋମେଟ୍ରିକ୍‌ ନଜରଦାରି ବ୍ୟବହାର କରିଥିବା ଅଭିଯୋଗର ଆଇନଗତ ବୈଧତା ପରଖିବେ ସୁପ୍ରିମ୍‌କୋର୍ଟ । ଗୁରୁବାର ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ କମିସନରଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ଏହି ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି କେରଳର ରାଜ୍ୟସଭା ସାଂସଦ ତଥା ସିପିଆଇ(ଏମ୍‌) ନେତା ଏ.ଏ. ରହିମ୍‌ । ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ବାମୀ ସୁପ୍ରିମ୍‌କୋର୍ଟରେ ପକ୍ଷ ରଖିଥିଲେ । ଆଇନଜୀବୀ ସୁଭାଷ ଚନ୍ଦ୍ରନ କେଆର୍‌ଙ୍କ ମାଧ୍ୟମରେ ଆବେଦନ ଦାଖଲ ହୋଇଛି । ଗୁରୁସ୍ବାମୀ କହିଥିଲେ, ପ୍ରତିବାଦକାରୀଙ୍କ ମୁହଁର ତଥ୍ୟ ବିନା ଅନୁମତିରେ ସଂଗ୍ରହ କରାଯାଇ ଘରୋଇ କମ୍ପାନିଗୁଡ଼ିକ ପାଖରେ ରଖାଯାଉଥିବା ଅଭିଯୋଗ ରହିଛି ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button