ଜାତୀୟ
UP Judge Death Sentences: ବିଚାରପତିଙ୍କ ନାମରେ ନୂଆ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ, ୧୮/୦୮: ଉତ୍ତରପ୍ରଦେଶର ମୁଜଫରନଗର ଫାଷ୍ଟ ଟ୍ରାକ୍ କୋର୍ଟ-୩ର ପ୍ରିଜାଇଡିଂ ଅଫିସର ତଥା ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ରବି କୁମାର ଦିବାକରଙ୍କ ନାମରେ ଯୋଡ଼ି ହୋଇଛି ଏକ ଚର୍ଚ୍ଚିତ ନ୍ୟାୟିକ ରେକର୍ଡ। ମୁଜଫରନଗରରେ ନଭେମ୍ବର ୨୦୨୫ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ୯ଟି ଗୁରୁତର ଅପରାଧ ମାମଲାରେ ମୋଟ ୨୨ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି।
ଏହି ମାମଲାଗୁଡ଼ିକ ମଧ୍ୟରେ ହତ୍ୟା, ଲୁଟ୍ ପରେ ହତ୍ୟା ଏବଂ କାର୍ଯ୍ୟରତ ହୋମଗାର୍ଡଙ୍କ ହତ୍ୟା ଭଳି ଗୁରୁତର ଅପରାଧ ରହିଛି। ସରକାରୀ ଅଧିବକ୍ତା କୁଲଦୀପ କୁମାରଙ୍କ କହିବାନୁସାରେ, ଅଦାଲତ ଏହି ଅପରାଧଗୁଡ଼ିକୁ ଅତ୍ୟନ୍ତ ସଙ୍ଗୀନ ବୋଲି ବିବେଚନା କରି ‘ବିରଳରୁ ବିରଳତମ’ ଶ୍ରେଣୀରେ ରଖିଥିଲେ। ଏହାପରେ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇଥିଲା।
ସୌଜନ୍ୟ ପ୍ରମେୟ




