IND VS NZ 1st Test: ୱେଲିଂଟନ୍ରେ ଭାରତର ପ୍ଲେଇଂ ୧୧ ଫାଇନାଲ୍… ଖେଳିବେ ୪ ଧୁରନ୍ଧର, କ୍ୟାପ୍ଟେନ୍ ଗିଲ୍ ଦେଲେ ଅପଡେଟ୍

ନୂଆଦିଲ୍ଲୀ,୧୭/୧୧; ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୱେଲିଂଟନର ବେସିନ୍ ରିଜର୍ଭରେ ଖେଳାଯିବ। ନଭେମ୍ବର ୧୯ ତାରିଖରୁ ଆରମ୍ଭ ହେବ ଏହି ଟେଷ୍ଟ ସିରିଜ୍ । ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଏକ ପ୍ରେସମିଟରେ ଶୁଭମନ ଗିଲ୍ ତାଙ୍କ ଦଳର ଯୋଜନା ବିଷୟରେ ଏକ ବିବୃତ୍ତି ଦେଇଛନ୍ତି । ଟିମ୍ ଇଣ୍ଡିଆର ରଣନୀତି ପ୍ରକାଶ କରିଛନ୍ତି । ସେ ତାଙ୍କ ଦଳଗତ ମିଶ୍ରଣକୁ ହାଇଲାଇଟ୍ କରିଛନ୍ତି । ଭାରତୀୟ ଅଧିନାୟକଙ୍କ କହିବା ଅନୁଯାୟୀ, ୱେଲିଂଟନ୍ ଟେଷ୍ଟ ପାଇଁ ଖେଳୁଥିବା ଏକାଦଶରେ ୪ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇପାରେ । ଗିଲ୍ କହିଛନ୍ତି ଆମେ ନିଶ୍ଚିତ ଭାବେ ୪ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇବୁ । ଆମର ସମସ୍ତ ଦ୍ରୁତ ବୋଲର ଭଲ ପ୍ରଦର୍ଶନ କରିଛନ୍ତି ଯାହା ଦଳ ପାଇଁ ଭଲ ।
୪ ଦ୍ରୁତ ବୋଲରଙ୍କୁ ଖେଳାଇବାକୁ ଯୋଜନା: ୱେଲିଂଟନ୍ ଟେଷ୍ଟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶୁବମନ ଗିଲ୍ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ପାଖରେ ଦ୍ରୁତ ବୋଲରଙ୍କ ପାଇଁ ଭଲ ବିକଳ୍ପ ରହିଛି । ଦଳର ଥିଙ୍କ ଟ୍ୟାଙ୍କ ପାଇଁ, ଏହା ଏକ ସମସ୍ୟା ପରି ଯାହା ଭଲ ଅନୁଭବ । ଭାରତୀୟ ଅଧିନାୟକ ଆହୁରି କହିଛନ୍ତି ଯେ,୪ଜଣ ଦ୍ରୁତ ବୋଲରଙ୍କୁ ନେଇ ୱେଲିଂଟନରେ ପଡ଼ିଆକୁ ଓହ୍ଲାଇବା ତାଙ୍କର ଯୋଜନା ରହିଛି । ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳର ବୋଲିଂ ଆଟାକିଂକୁ ମଜଭୂତ କରିଛି । ନିକଟରେ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଗୁରୁନୂର ବ୍ରାରଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇଛି । ଏଥିପାଇଁ ଦଳରୁ କୁଳଦୀପ ଯାଦବଙ୍କୁ ବାଦ ଦିଆଯାଇଛି ।
କେଉଁ ୪ ଜଣ ଦ୍ରୁତ ବୋଲର ଏକାଦଶରେ ସ୍ଥାନ ପାଇପାରିବେ ? ବର୍ତ୍ତମାନ ପ୍ରଶ୍ନ ହେଉଛି, ୱେଲିଂଟନରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳୁଥିବା ୪ଜଣ ଦ୍ରୁତ ବୋଲର କିଏ ହୋଇପାରନ୍ତି ? ବର୍ତ୍ତମାନ ଟିମ୍ ଇଣ୍ଡିଆ ଦଳରେ ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଗୁରନୂର ବ୍ରାର, ମହମ୍ମଦ ସିରାଜ ଏବଂ ଅଂଶୁଲ କାମ୍ବୋଜଙ୍କ ଭଳି ଦ୍ରୁତ ବୋଲରମାନେ ଅଛନ୍ତି । ବର୍ତ୍ତମାନ,ଗିଲଙ୍କ ଯୋଜନାରେ ଫିଟ୍ ହୋଇଥିବା ଏବଂ ପ୍ଲେଇଂ ଏକାଦଶର ଅଂଶ ହୋଇଥିବା ସେହି ୪ଜଣଙ୍କ ମଧ୍ୟରେ ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର ଏବଂ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇପାରେ । ବୁମରା-ପ୍ରସିଦ୍ଧ ଏବଂ ସିରାଜଙ୍କର ଏକାଠି ଖେଳିବାର ସମ୍ପୂର୍ଣ୍ଣ ଅଭିଜ୍ଞତା ରହିଛି । ଗୁରନୂର ବ୍ରାର ଅଳ୍ପ ସମୟ ମଧ୍ୟରେ ପାଇଥିବା ସୁଯୋଗକୁ ପୁଞ୍ଜି କରି ଗିଲଙ୍କ ହୃଦୟ ଜିତିଛନ୍ତି ।
ସୌଜନ୍ୟ ପ୍ରମେୟ




