ଖେଳ

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ଶୀର୍ଷରେ ବ୍ରୁକ୍

ନୂଆଦିଲ୍ଲୀ: ଇଂଲଣ୍ଡର ହ୍ୟାରୀ ବ୍ରୁକ୍‌ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୁଧବାର ପ୍ରକାଶିତ ବ୍ୟାଟିଂ ମାନ୍ୟତାରେ ବ୍ରୁକ୍‌ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ଦ୍ବିତୀୟରୁ ଶୀର୍ଷରେ ପହଞ୍ଚିଛନ୍ତି। ଅନ୍ୟତମ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ ଜୋ ରୁଟ୍‌ ତୃତୀୟରୁ ଦ୍ବିତୀୟ ଓ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଚତୁର୍ଥରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଶୀର୍ଷରେ ରହିଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ ଶୀର୍ଷରୁ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ହେଡ୍‌ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୨୨ ଓ ୧୭ରନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ହେଡ୍‌ ୩ଟି ସ୍ଥାନ ତଳକୁ ଖସି ଆସିଛନ୍ତି। ବ୍ରୁକ୍‌ ଦ୍ବିତୀୟ ଥର ପାଇଁ ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବ୍ରୁକ୍‌ ୨୦୨୪ରେ ପ୍ରଥମ ଥର ପାଇଁ ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ତେମ୍ବା ବଭୁମା ପଞ୍ଚମ, ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ ଷଷ୍ଠ, ଭାରତର ଶୁଭମନ ଗିଲ୍‌ ସପ୍ତମ, ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ର ଅଷ୍ଟମ, ଭାରତର ଯଶସ୍ବୀ ଜୟସୱାଲ ୯ମ ଓ ପାକିସ୍ତାନର ବାବର ଆଜାମ ୧୦ତମ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରୀ ଦ୍ବିତୀୟ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୩ୟ, ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନ ୪ର୍ଥ ଓ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ପଞ୍ଚମ ସ୍ଥାନରେ ରହିଛନ୍ତି। ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୁବମନ ଗିଲ୍‌ ଏବଂ ବୋଲିଂରେ ଆଫ୍‌ଗାନିସ୍ତାନର ଲେଗ୍‌ ସ୍ପିନର ରସିଦ ଖାଁ ଶୀର୍ଷରେ ରହିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button