ଦେଶ ବିଦେଶ
Judgement: ପିସିପିଏନ୍ଡିଟି ଆଇନ ଅଧୀନ ଅପରାଧର ତଦନ୍ତ କରିପାରିବ ନାହିଁ ପୁଲିସ: ସୁପ୍ରିମ୍କୋର୍ଟ
ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ଓ ଲିଙ୍ଗ ଚୟନ ରୋକିବା ପାଇଁ ଥିବା ପ୍ରି-କନ୍ସେପ୍ସନ୍ ଆଣ୍ଡ ପ୍ରି-ନାଟାଲ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍ସ (ପିସିପିଏନ୍ଡିଟି) ଆଇନ ଅଧୀନ ଅପରାଧର ତଦନ୍ତ ପୁଲିସ କରିପାରିବ ନାହିଁ ବୋଲି ଗୁରୁବାର ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି।

ନୂଆଦିଲ୍ଲୀ: ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ଓ ଲିଙ୍ଗ ଚୟନ ରୋକିବା ପାଇଁ ଥିବା ପ୍ରି-କନ୍ସେପ୍ସନ୍ ଆଣ୍ଡ ପ୍ରି-ନାଟାଲ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍ସ (ପିସିପିଏନ୍ଡିଟି) ଆଇନ ଅଧୀନ ଅପରାଧର ତଦନ୍ତ ପୁଲିସ କରିପାରିବ ନାହିଁ ବୋଲି ଗୁରୁବାର ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ଆଇନ ଅଧୀନରେ ନିଯୁକ୍ତ ଅଧିକୃତ କର୍ତ୍ତୃପକ୍ଷ ହିଁ ଏଭଳି ମାମଲାରେ ଆଇନ ଅନୁଯାୟୀ ପଦକ୍ଷେପ ନେବେ।
ସୌଜନ୍ୟ ସମ୍ବାଦ




