ରାଜ୍ୟ

POCSO Case ଅନ୍ତେବାସୀଙ୍କୁ ଯୌନନିର୍ଯାତନା ମାମଲା: ଅଭିଯୁକ୍ତ ପ୍ରଧାନଶିକ୍ଷକ ନିର୍ଦ୍ଦୋଷ

ନବରଙ୍ଗପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅନ୍ତେବାସୀଙ୍କୁ ଯୌନନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ପର୍ଯ୍ୟାପ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ନବରଙ୍ଗପୁର (ସୁରେଶ ନାଇଡ଼ୁ):  ଜିଲ୍ଲାର ଏକ ସେବାଶ୍ରମସ୍କୁଲର ଅନ୍ତେବାସୀଙ୍କୁ ‌ଯୌନନିର୍ଯାତନା ମାମଲାର ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଆବଶ୍ୟକ ପ୍ରମାଣ ଅଭାବରୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛି।

ମାମଲାର ବିବରଣୀ ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୧୫ତାରିଖ ଦିନ  ଅଭିଯୁକ୍ତ ପ୍ରଧାନଶିକ୍ଷକ ପୀଡ଼ିତା ଓ ଅନ୍ୟ ୪ ଜଣ ଛାତ୍ରୀଙ୍କୁ ନିଜ ବାସଭବନକୁ ଡାକିଥିଲେ। ସେଠାରେ ଓଆର‌୍ଏସ ପାଣି ଦେବା ବାହାନାରେ ପୀଡ଼ିତାଙ୍କ ହାତ ଓ କାନ୍ଧ ଧରିବାକୁ ଚେଷ୍ଟା କରିଥିଲେ । ବିରୋଧ କରିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାଛଡ଼ା ବିଷୁବ ସଂକ୍ରାନ୍ତି ଦିନ ମଧ୍ୟ ଯୌନ ନିର୍ଯାତନା ଦେଇଥିବା ଏବଂ ପିଲାମାନଙ୍କୁ ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତେନ୍ତୁଳିଖୁଣ୍ଟି ଥାନାରେ କେସ୍ ନଂ ୮୧/୨୦୨୬ ରୁଜୁ ହୋଇଥିଲା।
ଏହି ଘଟଣାକୁ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ଏହି ଅନ୍ତେବାସୀଙ୍କୁ ସାଥୀରେ ନେଇ ନବରଙ୍ଗପୁର ଥାନାକୁ ନେଇ ଅଭିଯୋଗ କରିଥିଲେ। ପରେ ଏହି ମାମଲାର ତଦନ୍ତ ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲାପୁଲିସ ମୁଖ୍ୟାଳୟରୁ ଜଣେ ଇନ୍‌ସପେକ୍ଟର କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଯୁଧିଷ୍ଠିର ନାୟକ ଓ ତପନ ପାଣିଗ୍ରାହୀ ମାମଲା ପରିଚାଳନା କରୁଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button