ଦେଶ ବିଦେଶ
Gen-Z: ଜେନ୍-ଜିଙ୍କ ଭାବନାକୁ ବୁଝିବା ଆବଶ୍ୟକ, ସେମାନେ ଭୁଲ୍ ନୁହଁନ୍ତି: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ନରବଣେ
ଯୁବପିଢ଼ି (ଜେନ୍-ଜି)ଙ୍କ ଚିନ୍ତାଧାରାକୁ ସୀଧାସଳଖ ପ୍ରତ୍ୟାଖ୍ୟାନ ନକରି ସେମାନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ଶୁକ୍ରବାର ଦିନ ଏକ ସାକ୍ଷାତକାରରେ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ ଏହି ମତପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ଯୁବପିଢ଼ି (ଜେନ୍-ଜି)ଙ୍କ ଚିନ୍ତାଧାରାକୁ ସୀଧାସଳଖ ପ୍ରତ୍ୟାଖ୍ୟାନ ନକରି ସେମାନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ଶୁକ୍ରବାର ଦିନ ଏକ ସାକ୍ଷାତକାରରେ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ ଏହି ମତପ୍ରକାଶ କରିଛନ୍ତି। ପ୍ରତ୍ୟେକ ପିଢ଼ିର ଚିନ୍ତାଧାରା ଅଲଗା ହୋଇଥାଏ ଏବଂ ଜେନ୍-ଜିଙ୍କର ଚିନ୍ତା କରିବାର ଶୈଳୀ ଭିନ୍ନ ହୋଇପାରେ, ମାତ୍ର ତାହା ସେମାନଙ୍କୁ ଭୁଲ୍ ବୋଲି ପ୍ରମାଣିତ କରେନାହିଁ ବୋଲି ସେ କହିଛନ୍ତି। ବରିଷ୍ଠ ନାଗରିକମାନେ ଯୁବପିଢ଼ିଙ୍କ ଉତ୍ସାହ ଓ ଶକ୍ତିକୁ ବୁଝି ତାହାର ସଠିକ୍ ବିନିଯୋଗ କରିବା ଉଚିତ୍।
ସୌଜନ୍ୟ ସମ୍ବାଦ




