ରାଜ୍ୟ
Public Relations Conference: ଲୋକସମ୍ପର୍କ ସମ୍ମିଳନୀ ପୋଷ୍ଟର ଉନ୍ମୋଚନ କଲେ ରାଜ୍ୟପାଳ
ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଲୋକ ଭବନରେ ୪୮ତମ ସର୍ବଭାରତୀୟ ଲୋକସମ୍ପର୍କ ସମ୍ମିଳନୀ-୨୦୨୬ (ଏଆଇପିଆର୍ସି-୨୦୨୬)ର ପୋଷ୍ଟର ଓ ସୂଚନା ପୁସ୍ତିକା ଉନ୍ମୋଚନ କରିଛନ୍ତି।

ଭୁବନେଶ୍ବର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଲୋକ ଭବନରେ ୪୮ତମ ସର୍ବଭାରତୀୟ ଲୋକସମ୍ପର୍କ ସମ୍ମିଳନୀ-୨୦୨୬ (ଏଆଇପିଆର୍ସି-୨୦୨୬)ର ପୋଷ୍ଟର ଓ ସୂଚନା ପୁସ୍ତିକା ଉନ୍ମୋଚନ କରିଛନ୍ତି। ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆର୍ଏସ୍ଆଇ) ଦ୍ୱାରା ଆୟୋଜିତ ଓ ପିଆର୍ଏସ୍ଆଇ ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ ଏହି ତିନି ଦିନିଆ ସମ୍ମିଳନୀ ଆସନ୍ତା ଡିସେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।
ସୌଜନ୍ୟ ସମ୍ବାଦ




