Cryptocurrency scam: ୨ଶହ କୋଟିର କ୍ରିପ୍ଟୋ କରେନ୍ସି ସ୍କାମ୍: ଜଗତସିଂହପୁରରୁ ବନ୍ଧାହେଲା ମାଷ୍ଟର୍ମାଇଣ୍ଡ, ୮ ରାଜ୍ୟରେ ସକ୍ରିୟ
ଫେସ୍ବୁକ୍, ଇନ୍ଷ୍ଟା ସମେତ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ୱେବ୍ ସଂସ୍ଥା ‘ୟେସ୍ ୱାର୍ଲ୍ଡ’ ଖୋଲି ବିଜ୍ଞାପନ ଦେଲେ। ପୁଞ୍ଜି ଖଟାଇଲେ ଦେଢ଼ ମାସରେ ୩ ଗୁଣ ଅର୍ଥ ମିଳିବ ବୋଲି ପ୍ରଲୋଭନ ଦେଖାଇଲେ।

ଭୁବନେଶ୍ୱର: ଫେସ୍ବୁକ୍, ଇନ୍ଷ୍ଟା ସମେତ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ୱେବ୍ ସଂସ୍ଥା ‘ୟେସ୍ ୱାର୍ଲ୍ଡ’ ଖୋଲି ବିଜ୍ଞାପନ ଦେଲେ। ପୁଞ୍ଜି ଖଟାଇଲେ ଦେଢ଼ ମାସରେ ୩ ଗୁଣ ଅର୍ଥ ମିଳିବ ବୋଲି ପ୍ରଲୋଭନ ଦେଖାଇଲେ। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜ୍ୟର ତାରକା ହୋଟେଲ୍ରେ ମିଟିଂ କଲେ। ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା, ଗୁଜରାଟ, ବିହାର, ଝାଡ଼ଖଣ୍ଡ ଭଳି ୮ରୁ ଅଧିକ ରାଜ୍ୟର ୨.୫ଲକ୍ଷ ନିବେଶକଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଲେ। ଏଭଳି ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଓଡ଼ିଶାରେ ଲୁଚିଥିବା ରୢାକେଟ୍ର ମାଷ୍ଟର୍ମାଇଣ୍ଡ ଜଗତସିଂହପୁରଜିଲ୍ଲା ଗୋପାଳପୁର ଅଞ୍ଚଳର ଚିତ୍ତରଂଜନ ମହାନ୍ତିକୁ ଇଓଡବ୍ଲ୍ୟୁ ଜଗତସିଂହପୁରରୁ ଗିରଫ କରିଛି। ତା’ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଗିରଫ ପରେ ତାକୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
୮ ରାଜ୍ୟରେ ସକ୍ରିୟ
ଓଡ଼ିଶାର ୮ ହଜାର ନିବେଶକଙ୍କୁ ଠକିଛି
ସୌଜନ୍ୟ ସମ୍ବାଦ




