ରାଜ୍ୟ

Black Magic: ଦେଓଗାଁରେ ନରବଳି! ଘର ଭିତରୁ ମିଳିଲା ମୁଣ୍ଡ, ବିଲରୁ ଦେହ

ପାଣିରେ ଭାସୁଥିଲା ମୁଣ୍ଡବିହୀନ ଶବ। ଘର ଭିତରୁ ଉଦ୍ଧାର ହେଲା ମୁଣ୍ଡ। ଏଭଳି ନାରକୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ଘର ଭିତରୁ କଟା ମୁଣ୍ଡ ଉଦ୍ଧାର କରିଛି।

ଦେଓଗାଁ: ପାଣିରେ ଭାସୁଥିଲା ମୁଣ୍ଡବିହୀନ ଶବ। ଘର ଭିତରୁ ଉଦ୍ଧାର ହେଲା ମୁଣ୍ଡ। ଏଭଳି ନାରକୀୟ ଘଟଣା ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ଘର ଭିତରୁ କଟା ମୁଣ୍ଡ ଉଦ୍ଧାର କରିଛି। ଅଭିଯୁକ୍ତମାନେ ହେଲେ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁ ଓ ଗଣେଶର ସାହୁ। ପୁଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଗୁରୁବାର ସକାଳୁ ଦେଓଗାଁ ଥାନା ବଗଡ଼ା ହାଇସ୍କୁଲ ନିକଟରେ ଥିବା ପାଣି ଟାଙ୍କିରେ ଏକ ମୁଣ୍ଡବିହୀନ ଶବ ଭାସୁଥିବା ଦେଖି କିଛି ଛେଳି ଚରାଳି ପୁଲିସକୁ ଖବର ଦେଇଥିଲେ। ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ତୁଷୁରା ଥାନା ଟେବଡ଼ାମୁଣ୍ଡା ଗାଁର ସନ୍ତୋଷ ଖର୍ସେଲ ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାର ଲୋକେ ଶବ ଚିହ୍ନଟ କରିବା ପରେ ଘନଶ୍ୟାମ ଓ ଗଣେଶର ସାହୁକୁ ପୁଲିସ ଉଠାଇ ନେଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button