ରାଜ୍ୟ
Snake Bite: ସାପକାମୁଡ଼ାରେ କକା ଓ ପୁତୁରା ମୃତ, ଶ୍ରମିକ ଗୁରୁତର
ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସାପକାମୁଡ଼ାରେ କକା ଓ ପୁତୁରାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଥିବା ଜଣାଯାଇଛି।

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସାପକାମୁଡ଼ାରେ କକା ଓ ପୁତୁରାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଥିବା ଜଣାଯାଇଛି।
ଚିକିତ୍ସାଧୀନ ଅଛନ୍ତି ତୁଳସୀ ବଗର୍ତ୍ତୀ
ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଗୋଲଧାଠାରେ ଏକ ବ୍ରିଜ୍ ନିର୍ମାଣ କାମ ଚାଲିଛି। ସେଠାରେ ଶ୍ରମିକମାନେ କ୍ୟାମ୍ପ କରି ରହୁଛନ୍ତି। ଗତକାଲି ରାତିରେ ସେମାନେ ଖାଇପିଇ ସାରି ଶୋଇଥିବା ବେଳେ ବିଷାକ୍ତ ସାପ ତିନିଜଣଙ୍କୁ କାମୁଡ଼ିଥିଲା। ଅନ୍ୟ ଶ୍ରମିକମାନେ ତାହା ଜାଣିପାରି ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ସିନାପାଲି ଥାନା ଅନ୍ତର୍ଗତ ଚଚରାଭଟା ଗାଁର ଦଇତାରି ତାଣ୍ଡି ଓ ଭରତ ତାଣ୍ଡି। ଉଭୟ ସଂପର୍କରେ କକା-ପୁତୁରା। ଏଣେ ଗୁରୁତର ଅବସ୍ଥାରେ ସେଠାରେ ଚିକିତ୍ସାଧୀନ ଅଛନ୍ତି ତୁଳସୀ ବଗର୍ତ୍ତୀ(୪୫)।
ସୌଜନ୍ୟ ସମ୍ବାଦ




