ଦେଶ ବିଦେଶ

Canada : ଆମେରିକା ଉପରେ ପାଲଟା ୫୦% ଶୁଳ୍କ ଲଗାଇଲା କାନାଡା

କାନାଡା ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ବାତିଲ ହେବା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ କାନାଡା ସମାନ ମାତ୍ରାର ପାଲଟା ଶୁଳ୍କ ୱାସିଂଟନ ଉପରେ ଲଗାଇଛି।

ୱାସିଂଟନ/ଅଟାୱା: କାନାଡା ଓ ଆମେରିକା ମଧ୍ୟରେ ବାଣିଜ୍ୟଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ବାତିଲ ହେବା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ କାନାଡା ସମାନ ମାତ୍ରାର ପାଲଟା ଶୁଳ୍କ ୱାସିଂଟନ ଉପରେ ଲଗାଇଛି। ଆମେରିକା ଉପରେ ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ କାନାଡା ୫୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଘୋଷଣା କରିଛନ୍ତି। ମୁଖ୍ୟତଃ ଆମେରିକାର ଇସ୍ପାତ, ଦୁଗ୍ଧଜାତୀୟ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏହି ଶୁଳ୍କ ଲଗାଯିବ।

 କାନାଡାବାସୀଙ୍କ ସ୍ବାର୍ଥ ରକ୍ଷା ଲାଗି ଏହା କରାଯିବ ବୋଲି କାର୍ନି କହିଛନ୍ତି। କାର୍ନିଙ୍କ ଏହି ଘୋଷଣା ପରେ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ରାଜ୍ୟ ନହୋଇ ନମଧ୍ୟ ରାଜ୍ୟ ସୁବିଧାକାନାଡା ଖୋଜୁଛି। ଆମେରିକାର କୃଷକମାନଙ୍କ ଉପରେ କାନାଡା ବିପୁଳ ମାତ୍ରାର ଶୁଳ୍କ ଆଦାୟ କରିଛି ବୋଲି ଟ୍ରମ୍ପ ଅଭିଯୋଗ ମଧ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, କାନାଡାର ୨୦ ବିଲିଅନ ଡଲାର ମୂଲ୍ୟର ରପ୍ତାନି (ପ୍ରାୟ ୫.୫ ପ୍ରତିଶତ) ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଶନିବାରଠାରୁ ଲାଗୁ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button