ଦେଶ ବିଦେଶ
Canada : ଆମେରିକା ଉପରେ ପାଲଟା ୫୦% ଶୁଳ୍କ ଲଗାଇଲା କାନାଡା
କାନାଡା ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ବାତିଲ ହେବା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ କାନାଡା ସମାନ ମାତ୍ରାର ପାଲଟା ଶୁଳ୍କ ୱାସିଂଟନ ଉପରେ ଲଗାଇଛି।

ୱାସିଂଟନ/ଅଟାୱା: କାନାଡା ଓ ଆମେରିକା ମଧ୍ୟରେ ବାଣିଜ୍ୟଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ବାତିଲ ହେବା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ କାନାଡା ସମାନ ମାତ୍ରାର ପାଲଟା ଶୁଳ୍କ ୱାସିଂଟନ ଉପରେ ଲଗାଇଛି। ଆମେରିକା ଉପରେ ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ କାନାଡା ୫୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଘୋଷଣା କରିଛନ୍ତି। ମୁଖ୍ୟତଃ ଆମେରିକାର ଇସ୍ପାତ, ଦୁଗ୍ଧଜାତୀୟ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏହି ଶୁଳ୍କ ଲଗାଯିବ।
ସୌଜନ୍ୟ ସମ୍ବାଦ




