ଦେଶ ବିଦେଶ

Raid: କର୍ଣ୍ଣାଟକ ଆଇଏଏସ୍‌ ଅଧିକାରୀଙ୍କ ବେଙ୍ଗାଲୁରୁ ଓ ଉତ୍ତର ପ୍ରଦେଶ ଘରେ ଚଢ଼ାଉ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବିବାର କର୍ଣ୍ଣାଟକର ଆଇଏଏସ୍‌ ଅଧିକାରୀ ଜ୍ଞାନେନ୍ଦ୍ର କୁମାରଙ୍କ ବେଙ୍ଗାଲୁରୁ ଓ ଉତ୍ତର ପ୍ରଦେଶ ଘରେ ଚଢ଼ାଉ କରିଛି। କର୍ଣ୍ଣାଟକ ଲୋକ ସେବା ଆୟୋଗ (କେପିଏସ୍‌ସି) ସମ୍ପର୍କିତ ଦୁର୍ନୀତି ଓ ମନ ଲଣ୍ଡରିଂ ମାମଲାରେ ଚଢ଼ାଉ ହୋଇଛି।

ବେଙ୍ଗାଲୁରୁ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବିବାର କର୍ଣ୍ଣାଟକର ଆଇଏଏସ୍‌ ଅଧିକାରୀ ଜ୍ଞାନେନ୍ଦ୍ର କୁମାରଙ୍କ ବେଙ୍ଗାଲୁରୁ ଓ ଉତ୍ତର ପ୍ରଦେଶ ଘରେ ଚଢ଼ାଉ କରିଛି। କର୍ଣ୍ଣାଟକ ଲୋକ ସେବା ଆୟୋଗ (କେପିଏସ୍‌ସି) ସମ୍ପର୍କିତ ଦୁର୍ନୀତି ଓ ମନ ଲଣ୍ଡରିଂ ମାମଲାରେ ଚଢ଼ାଉ ହୋଇଛି। ୨୦୧୬ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ବର୍ତ୍ତମାନ କର୍ଣ୍ଣାଟକ ଶିଳ୍ପ ଓ ବାଣିଜ୍ୟ ବିଭାଗରେ ଏମ୍‌ଏସ୍‌ଏମ୍‌ଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ଅଛନ୍ତି।

ଜ୍ଞାନେନ୍ଦ୍ର କୁମାର ଶନିବାର କିଛି ଘଣ୍ଟା ପାଇଁ ‘ନିଖୋଜ’ ଥିବା ରିପୋର୍ଟ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ପରେ କର୍ଣ୍ଣାଟକର ଗୃହମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ ଓ ସ୍ପଷ୍ଟ କରିଥିଲେ ଯେ, ପାରିବାରିକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଜ୍ଞାନେନ୍ଦ୍ର କୁମାର ଉତ୍ତର ପ୍ରଦେଶରେ ଥିବା ତାଙ୍କ ଜନ୍ମସ୍ଥାନରେ ଅଛନ୍ତି।

ଇଡି ଅଗଷ୍ଟ ୧୮ ତାରିଖରେ ଏହି ମାମଲାରେ ପୂର୍ବତନ ଅଧ୍ୟକ୍ଷ ଶିବଶଙ୍କରପ୍ପା ଏସ୍ ସାହୁକର, ସଦସ୍ୟ ଶାନ୍ତା ହୋସମାନୀ ଓ ଅନ୍ୟ କିଛି ଲୋକଙ୍କ ବ୍ୟତୀତ ବେଙ୍ଗାଲୁରୁର କେପିଏସ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ଚଢ଼ାଉ କରିଥିଲା। ପଶୁଚିକିତ୍ସା ଅଧିକାରୀ ନିଯୁକ୍ତି ପରୀକ୍ଷା ଦୁର୍ନୀତି ଓ ଟଙ୍କା ହେର୍‌ଫେର୍‌ ସହିତ ଏହି ମାମଲା ଜଡ଼ିତ। ପଶୁଚିକିତ୍ସା ଅଧିକାରୀ ପରୀକ୍ଷାରେ ଚୟନ ପାଇଁ ପ୍ରାର୍ଥୀଙ୍କୁ ମଧ୍ୟସ୍ଥି ୭୦ ଲକ୍ଷରୁ ୮୦ ଲକ୍ଷ ଟଙ୍କା ଲାଞ୍ଚ ମଗା ଯାଇଥିବା ଅଭିଯୋଗ ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button