ଦେଶ ବିଦେଶ

Murder: ବାଂଲାଦେଶରେ ବର୍ବରତା; ହିନ୍ଦୁ ଶିକ୍ଷକଙ୍କ ସମେତ ପରିବାରର ୪ ଜଣଙ୍କୁ ହତ୍ୟା

ବାଂଲାଦେଶର ରଙ୍ଗପୁର ସହରର ଦାସପଡ଼ା ଅଞ୍ଚଳରେ ଗତକାଲି ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ନୃଶଂସ ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଢାକା: ବାଂଲାଦେଶର ରଙ୍ଗପୁର ସହରର ଦାସପଡ଼ା ଅଞ୍ଚଳରେ ଶନିବାର ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ନୃଶଂସ ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ରଙ୍ଗପୁର ମେଟ୍ରୋପଲିଟନ ପୁଲିସ, ସିଆଇଡି ଏବଂ ଡିଟେକ୍ଟିଭ୍ ବ୍ରାଞ୍ଚ (ଡିବି)ର ମିଳିତ ତଦନ୍ତ ପରେ ରବିବାର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ପର୍କୀୟ ଦୁଇ ଭାଇ ମୁଗ୍‌ଧୋ ଏବଂ ସିଦ୍ଧାର୍ଥ। ଗୁରୁବାର ରାତିରେ ଶିକ୍ଷକଙ୍କ ଘର ଛାତ ଉପରେ ଏହି ଦୁଇ ଜଣ ବେଆଇନ ମେଥାମ୍ଫେଟାମାଇନ୍ ଭିତ୍ତିକ ମାରାତ୍ମକ ନିଶାଦ୍ରବ୍ୟ ‘ୟାବା’ ସେବନ କରୁଥିବା ବେଳେ ଗଣପତି ଚକ୍ରବର୍ତ୍ତୀ ସେମାନଙ୍କୁ ଦେଖି ପ୍ରଶ୍ନ କରିବାରୁ ଚିହ୍ନଟ ଭୟରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟାଯାଇଥିଲା ବୋଲି ପୁଲିସ କମିସନର ମହମ୍ମଦ ଅବଦୁଲ ମବୁଦ୍ ପ୍ରକାଶ କରିଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପଡ଼ୋଶୀ କୋଠା ଦେଇ ଗଣପତିଙ୍କ ଘର ଛାତ ଉପରକୁ ଆସି ନିଶା ସେବନ କରୁଥିଲେ। ପାଟିଶବ୍ଦ ଶୁଣି ଗଣପତି (୬୫) ଉପରକୁ ଯାଇ ପ୍ରଶ୍ନ କରିବାରୁ ଅଭିଯୁକ୍ତମାନେ ତାଙ୍କ କାନ୍ଧରେ ଥିବା ଗାମୁଛା ସାହାଯ୍ୟରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ଧସ୍ତାଧସ୍ତି ଶବ୍ଦ ଶୁଣି ସିଡ଼ି ଦେଇ ଉପରକୁ ଆସୁଥିବା ତାଙ୍କ ପତ୍ନୀ ପ୍ରୀତିଲତା ଚକ୍ରବର୍ତ୍ତୀ (୫୦)ଙ୍କୁ ସେମାନେ ଏକ କପଡ଼ା ଦ୍ୱାରା ସିଡ଼ି ଉପରେ ହିଁ ଗଳା ଚିପି ମାରିଦେଇଥିଲେ। ଏହାପରେ ପରିବାରର ଅନ୍ୟ ଦୁଇ ସଦସ୍ୟ, ଝିଅ ଆଗାମୀ ଚକ୍ରବର୍ତ୍ତୀ (୨୩) ଏବଂ ୧୨ ବର୍ଷର ପୁଅ ପ୍ରିୟମ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଶିଶୁ ପ୍ରିୟମ ଅଭିଯୁକ୍ତ ସିଦ୍ଧାର୍ଥର ସାନଭାଇ ଅପୂର୍ବର ସାଙ୍ଗ ହୋଇଥିବାରୁ ସେ ସେମାନଙ୍କୁ ସହଜରେ ଚିହ୍ନି ପାରିଥିଲା, ଯେଉଁଥିପାଇଁ ତାକୁ ମଧ୍ୟ ହତ୍ୟା କରାଯାଇଥିଲା।

ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ତୁରନ୍ତ ସେଠାରୁ ଫେରାର ହୋଇନଥିଲେ। ସେମାନେ ପ୍ରାୟ ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ସେହି ମୃତଦେହଗୁଡ଼ିକ ସହ ଘର ଭିତରେ ରହିଥିଲେ। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟା କରିବା ପରେ ଅଭିଯୁକ୍ତମାନେ ଘର ଭିତରେ ଥାଇ ପୁଣି ଥରେ ନିଶା ସେବନ କରିଥିଲେ, ଫ୍ରିଜ୍ ଖୋଲି ସେଥିରେ ଥିବା ଖଜୁରୀ ଓ କାକୁଡ଼ି ଖାଇଥିଲେ ଏବଂ ପରେ ସେହି ଘରର ବାଥ୍‌ରୁମ୍‌ରେ ଆରାମରେ ଗାଧୋଇଥିଲେ।

ଏହା ସହିତ ଘରେ ଥିବା ସୁନା ଗହଣାକୁ ନିଆଁରେ ପୋଡ଼ି ପରୀକ୍ଷା ମଧ୍ୟ କରିଥିଲେ, ଯେଉଁଥିରୁ ସୁନା କାରବାର ସହ ଜଡ଼ିତ ବ୍ୟକ୍ତି ଏଥିରେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ରବିବାର ସକାଳେ ଦୁଇ ଅଭିଯୁକ୍ତଙ୍କୁ ଜେରା କରାଯିବା ପରେ ସେମାନେ ନିଜର ଅପରାଧ ସ୍ୱୀକାର କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button