ରାଜ୍ୟ
Vigilance: ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର ଅଭିଯୋଗ: ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍ଆର୍ଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍ଆର୍ଏ (SRA) ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲରେ ଏସ୍ଆର୍ଏ ଭାବେ କାର୍ଯ୍ୟରତ ଭଞ୍ଜ କିଶୋର ବେହେରା।

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍ଆର୍ଏ (SRA) ତଥା ବର୍ତ୍ତମାନ ଜଗତସିଂହପୁରଜିଲ୍ଲା ନାଉଗାଁ ତହସିଲରେ ଏସ୍ଆର୍ଏ ଭାବେ କାର୍ଯ୍ୟରତ ଭଞ୍ଜ କିଶୋର ବେହେରା। କଟକଭିଜିଲାନ୍ସ ଥାନା କେସ୍ ନମ୍ବର ୩୦/୨୦୨୬, ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ ରୁଜୁ ମାମଲାରେ ଏକକାଳୀନ ଭାବେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କର ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ତାଙ୍କ ବିରୋଧରେ ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ତାଙ୍କୁ ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଚାଲିଛି।
ସୌଜନ୍ୟ ସମ୍ବାଦ




