ରାଜ୍ୟ

Vigilance: ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର ଅଭିଯୋଗ: ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏ (SRA) ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲରେ ଏସ୍‌ଆର୍‌ଏ ଭାବେ କାର୍ଯ୍ୟରତ ଭଞ୍ଜ କିଶୋର ବେହେରା।

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏ (SRA) ତଥା ବର୍ତ୍ତମାନ ଜଗତସିଂହପୁରଜିଲ୍ଲା ନାଉଗାଁ ତହସିଲରେ ଏସ୍‌ଆର୍‌ଏ ଭାବେ କାର୍ଯ୍ୟରତ ଭଞ୍ଜ କିଶୋର ବେହେରା। କଟକଭିଜିଲାନ୍ସ ଥାନା କେସ୍ ନମ୍ବର ୩୦/୨୦୨୬, ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ ରୁଜୁ ମାମଲାରେ ଏକକାଳୀନ ଭାବେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କର ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ତାଙ୍କ ବିରୋଧରେ ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ତାଙ୍କୁ ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଚାଲିଛି।

ଭିଜିଲାନ୍ସ ପକ୍ଷରୁ ନିମ୍ନଲିଖିତ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି:

*୧.* ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ପାଟେଣିଗାଁରେ ଥିବା ପ୍ରାୟ *୭,୦୦୦ ବର୍ଗଫୁଟ୍‌ର ଦୁଇ ମହଲା ଆବାସିକ କୋଠା*।

*୨.* ପାଟେଣିଗାଁରେ ଥିବା ପ୍ରାୟ *୪,୦୦୦ ବର୍ଗଫୁଟ୍‌ର ଏକ ଟେଣ୍ଟ ହାଉସ୍‌*।

*୩.* ପାଟେଣିଗାଁରେ ଥିବା ଅନ୍ୟ ଏକ ପ୍ରାୟ *୩,୦୦୦ ବର୍ଗଫୁଟ୍‌ର ଦୁଇ ମହଲା କୋଠା*।

*୪.* ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ ଅଭିଯୁକ୍ତ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ।

*୫.* ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଡିଓ କାର୍ଯ୍ୟାଳୟରେ ତାଙ୍କର ପୂର୍ବତନ କାର୍ଯ୍ୟସ୍ଥଳ।

*୬.* ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ସାନକୋରକୋରା ଗାଁରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର।

ସରକାରୀ ଅର୍ଥ ହେରଫେର ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ ପାଇଁ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button