ରାଜ୍ୟ
Heavy Rain: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ନଦୀର ପାଣି ବଢ଼ିଲା, ୨ ଗ୍ରାମର ୧୫୦୦ ଲୋକ ଜଳବନ୍ଦୀ
ଗତ ରାତିରେ ଇନ୍ଦ୍ରାବତୀ ନଦୀରେ ପାଣି ବୃଦ୍ଧି ପାଇବା ଯୋଗୁ କୋଷାଗୁମୁଡା ବ୍ଲକର ନଦୀ କୁଳିଆ ଗ୍ରାମ କଣ୍ଟାଷରଗୁଡା ଓ ଘାଟୱାଲୀଗୁଡାର ୧୫୦୦ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

କୋଷାଗୁମୁଡା/କୋଡିଙ୍ଗା: ନବରଙ୍ଗପୁରଜିଲ୍ଲା କୋଷାଗୁମୁଡା ବ୍ଲକରେ ଲଗାଣ ବର୍ଷାଯୋଗୁ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀରେ ପାଣି ବୃଦ୍ଧି ପାଇବାରେ ଲାଗିଛି। ଗତ ରାତିରେ ଇନ୍ଦ୍ରାବତୀ ନଦୀରେ ପାଣି ବୃଦ୍ଧି ପାଇବା ଯୋଗୁ କୋଷାଗୁମୁଡା ବ୍ଲକର ନଦୀ କୂଳିଆ ଗ୍ରାମ କଣ୍ଟାଷରଗୁଡା ଓ ଘାଟୱାଲୀଗୁଡାର ୧୫୦୦ ଲୋକ ଜଳବନ୍ଦୀହୋଇ ରହିଛନ୍ତି।
ସୌଜନ୍ୟ ସମ୍ବାଦ




