ରାଜ୍ୟ

Heavy Rain: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ନଦୀର ପାଣି ବଢ଼ିଲା, ୨ ଗ୍ରାମର ୧୫୦୦ ଲୋକ ଜଳବନ୍ଦୀ

ଗତ ରାତିରେ ଇନ୍ଦ୍ରାବତୀ ନଦୀରେ ପାଣି ବୃଦ୍ଧି ପାଇବା ଯୋଗୁ କୋଷାଗୁମୁଡା ବ୍ଲକର ନଦୀ କୁଳିଆ ଗ୍ରାମ କଣ୍ଟାଷରଗୁଡା ଓ ଘାଟୱାଲୀଗୁଡାର ୧୫୦୦ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

କୋଷାଗୁମୁଡା/କୋଡିଙ୍ଗା: ନବରଙ୍ଗପୁରଜିଲ୍ଲା କୋଷାଗୁମୁଡା ବ୍ଲକରେ ଲଗାଣ ବର୍ଷାଯୋଗୁ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀରେ ପାଣି ବୃଦ୍ଧି ପାଇବାରେ ଲାଗିଛି। ଗତ ରାତିରେ ଇନ୍ଦ୍ରାବତୀ ନଦୀରେ ପାଣି ବୃଦ୍ଧି ପାଇବା ଯୋଗୁ କୋଷାଗୁମୁଡା ବ୍ଲକର ନଦୀ କୂଳିଆ ଗ୍ରାମ କଣ୍ଟାଷରଗୁଡା ଓ ଘାଟୱାଲୀଗୁଡାର ୧୫୦୦ ଲୋକ ଜଳବନ୍ଦୀହୋଇ ରହିଛନ୍ତି।

ଦୁଇ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି

ଏବେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଗ୍ରାମରେ ପହଞ୍ଚି ନଥିବା ଗ୍ରାମବାସୀ କହିଛନ୍ତି। ଏହି ଭଳି ପ୍ରତିବର୍ଷ ଇନ୍ଦ୍ରାବତୀ ନଦୀରେ ପାଣି ବଢିଲେ ଦୁଇ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି। ପାଣି ଶୀଘ୍ର ନକମିଲେ ଫସଲ ନଷ୍ଟ ହେଉଛି, ଏଥିରେ ଗ୍ରାମବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ି ଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button