ରାଜ୍ୟ

Taxi Driver Theft : ଟ୍ୟାକ୍ସି ଡ୍ରାଇଭରଙ୍କ କଳାକାରନାମା, ଚୀନ୍‌ ନାଗରିକଙ୍କଠୁ ୧.୧୮ ଲକ୍ଷ ଚୋରି

ଭୁବନେଶ୍ୱର, ୨୪\୮ : ଟ୍ୟାକ୍ସି ଡ୍ରାଇଭରଙ୍କ କଳାକାରନାମା । ବିଦେଶୀ ଦେଖି ଲୁଟି ନେଇଥିଲେ ଟଙ୍କା । ଡିସିପିଙ୍କ ହସ୍ତକ୍ଷେପ ପରେ ଟଙ୍କା  ଫେରି ପାଇଲେ ଚୀନ ନାଗରିକ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ । ଚୀନ୍ ନାଗରିକ ଏକ ବଡ଼ ଧରଣ ଚୋରିର ଶିକାର ହୋଇଛନ୍ତି । ତିନିଜଣ ଚୀନ୍ ନାଗରିକଙ୍କଠୁ ଜଣେ ଟାକ୍ସି ଡ୍ରାଇଭର ୯୦୦ ରଂନ୍ମେମ୍ବୀ (ଚୀନ ମୁଦ୍ରା) ଓ ୧୮ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ପୁଲିସ ହସ୍ତକ୍ଷେପ ପରେ ଟାକ୍ସି ଡ୍ରାଇଭର ଜଣକ ଚୋରି ଟଙ୍କା ଫେରାଇ ଦେଇଛନ୍ତି । ତିନି ଜଣ ଚୀନ ନାଗରିକ ପୁଲିସର ଏହି ତ୍ୱରିତ ପଦକ୍ଷେପ ପାଇଁ ଡିସିପି ଜଗମୋହନ ମୀନାଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

ସୂଚନା ମୁତାବକ, ଚୀନରୁ କୃଷି ଯନ୍ତ୍ରପାତି ବିକ୍ରି ପାଇଁ ୩ଜଣ ଚୀନ ନାଗରିକ ଓଡ଼ିଶା ଆସିଛନ୍ତି । ସେମାନେ ପ୍ରଥମେ ସହିଦ୍ ନଗର ଥାନା ଅଞ୍ଚଳର ଏକ ହୋଟେଲ୍ ରେ ରହିଥିଲେ । ଜଣେ ଓଡ଼ିଆ ସହଯୋଗୀଙ୍କ ଜରିଆରେ ସେହି ଅଞ୍ଚଳର ଗୋଟିଏ ଟ୍ରାଭେଲ୍ସରୁ କ୍ୟାବ ଭଡ଼ାରେ ନେଇଥିଲେ । ଭଡ଼ା କାରରେ ୩ଜଣ ଯାକ ୨ଦିନ ଧରି ବାଲେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲାବୁଲି କରିଥିଲେ । ସେହି କାରରେ ସେମାନେ ଭୁବନେଶ୍ୱର ଫେରିଥିଲେ । ପରେ ଖାରବେଳନଗର ଅଞ୍ଚଳରେ ପୂର୍ବରୁ ବୁକିଂ ଥିବା ଏକ ହୋଟେଲକୁ ଯାଇଥିଲେ । ଆଜି ଚୀନ୍ ଫେରିବାକୁ ବିମାନବନ୍ଦର ଯିବା ପୂର୍ବରୁ ତାଙ୍କ ବ୍ୟାଗରେ ରଖା ଯାଇଥିବା ୯୦୦ ରେଂମିନ୍ବୀ (ଆନୁମାନିକ ୧ଲକ୍ଷ ଟଙ୍କା) ଏବଂ ୧୮ ହଜାର ଟଙ୍କା ନ ଥିବା ଦେଖି ସେମାନେ ଚିନ୍ତାରେ ପଡ଼ିଥିଲେ । ଟଙ୍କା ଚୋରି ହେବା ପରେ ତିନି ବିଦେଶୀ ଡରି ଯାଇଥିଲେ । ସେମାନେ ତୁରନ୍ତ ଓଡ଼ିଆ ସହଯୋଗୀଙ୍କୁ ସାଙ୍ଗରେ ନେଇ ସ୍ଥାନୀୟ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଇଥିଲେ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button