ରାଜ୍ୟ

Cancer: କ୍ୟାନସର୍‌ ମୁକାବିଲା: ଘରୋଇ ସଂସ୍ଥା ସହଯୋଗ ଲୋଡ଼ିଲେ ମନ୍ତ୍ରୀ

କ୍ୟାନସର୍‌ ରୋଗର ମୁକାବିଲା ଲାଗି ରାଜ୍ୟ ସରକାର ବ୍ୟାପକ ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାନସର ଯତ୍ନ ଯୋଜନା ପାଇଁ ୩୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତେବେ ଏହି ରୋଗର ବ୍ୟାପକ ମୁକାବିଲାରେ ସହଯୋଗ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ରାଜ୍ୟରେ କାରବାର କରୁଥିବା ଘରୋଇ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ଭୁବନେଶ୍ବର: କ୍ୟାନସର୍‌ ରୋଗର ମୁକାବିଲା ଲାଗି ରାଜ୍ୟ ସରକାରବ୍ୟାପକ ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାନସର ଯତ୍ନ ଯୋଜନା ପାଇଁ ୩୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତେବେ ଏହି ରୋଗର ବ୍ୟାପକ ମୁକାବିଲାରେ ସହଯୋଗ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ରାଜ୍ୟରେ କାରବାର କରୁଥିବା ଘରୋଇ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ‘ଫିକି’ ପକ୍ଷରୁ ଆୟୋଜିତ ‘ଅଙ୍କୋ ଫାର୍ମା-୨୦୨୬’ ରାଉଣ୍ଡଟେବୁଲ୍‌କୁ ସମ୍ବୋଧିତ କରି ସେ କହିଲେ, ଘରୋଇ ସଂସ୍ଥାଗୁଡ଼ିକ ନିଜ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ପାଣ୍ଠିର ଉପଯୋଗ କରି ବିଭିନ୍ନ ଜିଲ୍ଲାକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ଓ ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ ଭ୍ୟାନ୍‌ ମୂତୟନ କରିପାରିବେ।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ସହ ସହଯୋଗିତା କରିବାକୁ ମଧ୍ୟ ସେମାନଙ୍କୁ ସେ ଆହ୍ବାନ ଦେଇଥିଲେ। ଗ୍ରାମାଞ୍ଚଳରେ କ୍ୟାନସର ରୋଗର ନିଦାନ ଓ ସ୍କ୍ରିନିଂରେ ସହଯୋଗ କରିବାକୁ ସେ ଘରୋଇ ସଂସ୍ଥା, ଶିଳ୍ପ ସଂସ୍ଥା ଓ ପ୍ରଯୁକ୍ତି ଷ୍ଟାର୍ଟଅପ୍‌ଗୁଡ଼ିକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଫିକି ଓଡ଼ିଶା ରାଜ୍ୟ ପରିଷଦର ସଭାପତି ଜଗନ୍ନାଥ ପି ନାୟକ କ୍ୟାନସର ରୋଗ ପାଇଁ ପରିବାର ଉପରେ ପଡ଼ୁଥିବା ଆର୍ଥିକ, ଆବେଗିକ ଓ ସାମାଜିକ ବୋଝ ଉପରେ ଆଲୋକପାତ କରିଥିଲେ। ଏହି ରୋଗ ପାଇଁ ଆସୁଥିବା ଉନ୍ନତ ଔଷଧ ଓ ଚିକିତ୍ସା ପଦ୍ଧତି ଗ୍ରାମାଞ୍ଚଳରେ ପହଞ୍ଚାଇବା ଉପରେ ଗୁରୁତ୍ବ ଦେବାକୁ ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡାକ୍ତର ଦୁର୍ଗା ମାଧବ ଶତପଥୀ, ଡ୍ରଗ୍‌ କଣ୍ଟ୍ରୋଲର ମାମିନା ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button