ରାଜ୍ୟ
Bear: ଲମତାପୁଟରେ ଭାଲୁ ଆତଙ୍କ
କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ଗୁନେଇପଡା ସେବାଶ୍ରମ ସ୍କୁଲ ଦାଣ୍ଡରେ ଭାଲୁ ରହିଥିଲା। ସକାଳୁ ସକାଳୁ ଭାଲୁକୁ ଦେଖି ଛାତ୍ରଛାତ୍ରୀ ଏପରିକି ଶିକ୍ଷକମାନେ ବି ସ୍କୁଲ କୁ ଯାଇନଥିଲେ | ସ୍କୁଲ ପିଲାମାନେ ଭୟରେ ସ୍କୁଲକୁ ଯାଇପାରିନଥିଲେ।

ଲମତାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ଗୁନେଇପଡା ସେବାଶ୍ରମ ସ୍କୁଲ ବାରଣ୍ଡାରେ ଭାଲୁ ରହିଥିଲା। ସକାଳୁ ସକାଳୁ ଭାଲୁକୁ ଦେଖି ଛାତ୍ରଛାତ୍ରୀ ଏପରିକି ଶିକ୍ଷକମାନେ ବି ସ୍କୁଲ କୁ ଯାଇନଥିଲେ | ସ୍କୁଲ ପିଲାମାନେ ଭୟରେ ସ୍କୁଲକୁ ଯାଇପାରିନଥିଲେ। ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ସେଠାରୁ ଘଉଡ଼ାଇବା ପରେ ସମସ୍ତେ ସ୍କୁଲକୁ ଯାଇଥିଲେ |
ଅଭିଭାବକଙ୍କ ଚିନ୍ତା ବଢ଼ିଛି
ସ୍କୁଲ ପରିସରରେ ଭାଲୁ ଶୋଇଥିବା ଦୃଶ୍ୟ ଦେଖି ଆତଙ୍କିତ ହୋଇପଡ଼ିଥିଲେ ସମସ୍ତେ । ବିଶେଷକରି ହଷ୍ଟେଲରେ ଛାତ୍ରଛାତ୍ରୀ ରହୁଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିଛି । ସ୍ଥାନୀୟ ଅଞ୍ଚଳଟି ଜଙ୍ଗଲ ନିକଟରେ ହୋଇଥିବାରୁ ଖାଦ୍ୟ ସନ୍ଧାନରେ ଭାଲୁଟି ସ୍କୁଲ ପରିସରକୁ ପଶି ଆସିଥିବା ଅନୁମାନ କରାଯାଉଛି । ତେବେ ଭାଲୁଟି କେଉଁଠାରୁ ଆସିଲା ଏବଂ ବର୍ତ୍ତମାନ କେଉଁଠି ରହିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।
ସୌଜନ୍ୟ ସମ୍ବାଦ




