ରାଜ୍ୟ

Murder: ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା: ସ୍ୱାମୀ, ଶାଶୁ ଓ ଶ୍ୱଶୁର ଅଟକ

ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ କ୍ଷିତୀଶ, ଶାଶୁ ଓ ଶ୍ୱଶୁରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ଝାରପୋଖରିଆ: ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ହେଲେ ଲିଜାରାଣୀ ପାତ୍ର ଓ ଅଭିଯୁକ୍ତ ସ୍ୱାମୀ ହେଲେ କ୍ଷିତୀଶ ପାତ୍ର।

ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ସଙ୍ଗୀନ ଅଭିଯୋଗ

ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଉଥିବା ବେଳେ ମୃତକଙ୍କ ବାପା ଓ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ରୂପେ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପାଙ୍କ କହିବା ଅନୁଯାୟୀ, ବିବାହ ପରଠାରୁ ୧୦ ଲକ୍ଷ ଟଙ୍କା, ଗାଡ଼ି ଓ ଆସବାବପତ୍ର ଦାବି କରି ତାଙ୍କ ଝିଅ ଉପରେ ଶାଶୁଘର ଲୋକେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ଏବଂ ଏ ନେଇ ପୂର୍ବରୁ ଥାନାରେ ଆପୋସ ସମାଧାନ ମଧ୍ୟ ହୋଇଥିଲା, ମାତ୍ର ଶେଷରେ ତାଙ୍କୁ ମାରିଦିଆଯାଇଛି। ଖବର ପାଇ ଝାରପୋଖରିଆ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ କ୍ଷିତୀଶ, ଶାଶୁ ଓ ଶ୍ୱଶୁରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button