ଜୀବନଚର୍ଯ୍ୟା

Ayurvedic: ଏକାଠି ଆୟୁର୍ବେଦିକ୍‌ ଓ ଏଲୋପାଥିକ୍‌ ଔଷଧ!

ବହୁ ଲୋକଙ୍କର ଧାରଣା ଥାଏ, ପ୍ରାକୃତିକ କିମ୍ବା ହର୍ବାଲ୍ ଦ୍ରବ୍ୟଗୁଡ଼ିକ ସୁରକ୍ଷିତ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଏଲୋପାଥିକ୍‌ ଔଷଧ ସହ ଆୟୁର୍ବେଦିକ୍‌ କିମ୍ବା ଘରୋଇ ଔଷଧ ସେବନ ଶରୀରର ଗମ୍ଭୀର କ୍ଷତି ଘଟାଇପାରେ।

ବହୁ ଲୋକଙ୍କର ଧାରଣା ଥାଏ, ପ୍ରାକୃତିକ କିମ୍ବା ହର୍ବାଲ୍ ଦ୍ରବ୍ୟଗୁଡ଼ିକ ସୁରକ୍ଷିତ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଏଲୋପାଥିକ୍‌ ଔଷଧ ସହ ଆୟୁର୍ବେଦିକ୍‌ କିମ୍ବା ଘରୋଇ ଔଷଧ ସେବନ ଶରୀରର ଗମ୍ଭୀର କ୍ଷତି ଘଟାଇପାରେ। ଦୁଇ ପ୍ରକାର ଔଷଧ ମିଶିବା ଯୋଗୁଁ କିଛି ଔଷଧର ପ୍ରଭାବ ଅତ୍ୟଧିକ ବଢ଼ିଯାଇପାରେ କିମ୍ବା ସମ୍ପୂର୍ଣ୍ଣ କମିଯାଇପାରେ। ଉଦାହରଣସ୍ୱରୂପ, ରକ୍ତ ପତଳା କରୁଥିବା ଔଷଧ ସହିତ କିଛି ହର୍ବାଲ୍ ଜିନିଷ ମିଶି ରକ୍ତସ୍ରାବର ବିପଦକୁ ବଢ଼ାଇ ଦେଇଥାଏ। ଶରୀରର ଔଷଧଗୁଡ଼ିକର ପ୍ରକ୍ରିୟାକରଣ କାମ ଲିଭର୍‌ କରିଥାଏ।

କେତେକ ହର୍ବାଲ୍ ଉପାଦାନ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରନ୍ତି, ଯାହାଦ୍ୱାରା ଔଷଧ ଶରୀରରେ ଅଧିକ ସମୟ ଧରି ରହି ପ୍ରଭୂତ କ୍ଷତି ଘଟାଇଥାଏ। ବଜାରରେ ମିଳୁଥିବା ହର୍ବାଲ୍ ଉତ୍ପାଦଗୁଡ଼ିକର ଗୁଣବତ୍ତା ଓ ମାତ୍ରା ସମାନ ନଥାଏ, ଯାହା ଶରୀରରେ କିପରି ପ୍ରଭାବ ପକାଇବ, ତା’ର ଆକଳନ କରିବା କଷ୍ଟକର ହୋଇଥାଏ। ଯେଉଁମାନେ ରକ୍ତଶର୍କରା, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ବାତ କିମ୍ବା ରକ୍ତ ପତଳା ହେବାର ଦୀର୍ଘସ୍ଥାୟୀ ଔଷଧ ଖାଉଛନ୍ତି, ସେମାନେ ଯେକୌଣସି ଆୟୁର୍ବେଦିକ୍‌ କିମ୍ବା ହର୍ବାଲ୍ ଔଷଧ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ନିହାତି ଆବଶ୍ୟକ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button