ଦେଶ ବିଦେଶ

Nepal flood: ନେପାଳ ବନ୍ୟା; ଓଡ଼ିଶା ନିବାସ ପକ୍ଷରୁ ହେଲପ୍‌ଲାଇନ ନମ୍ବର ଜାରି

ପଡୋଶୀ ନେପାଳରେ ଆଜି ଦେଖାଯାଇଥିବା ବିପର୍ଯ୍ୟୟ ପାଇଁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି। ବୁଧବାର ଦିନ ଭୟଙ୍କର ଆକସ୍ମିକ ବନ୍ୟାରେ ଶତାଧିକ ଭାରତୀୟ ନିଖୋଜ ଥିବା ମିଳିଥିବା ସୂଚନା ଅନୁସାରେ...

ଭୁବନେଶ୍ବର: ପଡୋଶୀ ନେପାଳରେ ଆଜି ଦେଖାଯାଇଥିବା ବିପର୍ଯ୍ୟୟ ପାଇଁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି। ବୁଧବାର ଦିନ ଭୟଙ୍କର ଆକସ୍ମିକ ବନ୍ୟାରେ ଶତାଧିକ ଭାରତୀୟ ନିଖୋଜ ଥିବା ମିଳିଥିବା ସୂଚନା ଅନୁସାରେ ଜଣାପଡ଼ିଛି। ଏଥିପାଇଁ ବିପଦରେ ଏବଂ ସହାୟତା ଆବଶ୍ୟକ କରୁଥିବା  ଓଡ଼ିଶାର ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶା ନିବାସ ପକ୍ଷରୁ ଏକ ୨୪x୭ (୨୪ ଘଣ୍ଟିଆ) କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି।

ନୂଆଦିଲ୍ଲୀସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ମୁଖ୍ୟ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁସାରେ ସହାୟତା ପାଇଁ ୨୪x୭ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କରାଯାଇଛି। ସହାୟତା ନମ୍ବର ଗୁଡ଼ିକ ହେଲା ୦୧୧-୨୩୦୧୨୮୦୭/ ୭୪୨୮୧୩୫୦୪୪/ ୮୫୨୭୫୮୦୨୪୫। ବୈଦେଶିକ ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର +୯୭୭ ୯୮୫୧୩୧୬୮୦୭ ଓ +୯୭୭ ୯୭୦୯୧୦୭୫୦୦।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button