ମନୋରଞ୍ଜନ

Songs: ରାଖୀରେ ସବୁଠୁ ଅଧିକ ମନେପଡ଼େ ଏହିସବୁ ହିନ୍ଦୀ ସିନେଗୀତ

ବଲିଉଡର ନିର୍ଦ୍ଦେଶକମାନେ ଭାଇ-ଭଉଣୀର ପବିତ୍ର ସଂପର୍କକୁ ବିଭିନ୍ନ ଛବିରେ ଦେଖାଇଛନ୍ତି। ଠିକ୍ ସେହିପରି ଗାୟକ,ଗୀତିକାର ଓ ସଙ୍ଗୀତକାରମାନେ ମଧ୍ୟ ସଙ୍ଗୀତରୂପ ଦେଇଛନ୍ତି।

‘ରକ୍ଷାବନ୍ଧନ’ ହେଉଛି ଭାଇଭଉଣୀ ସଂପର୍କର ପର୍ବ।  ବଲିଉଡର ନିର୍ଦ୍ଦେଶକମାନେ ଭାଇ-ଭଉଣୀର ପବିତ୍ର ସଂପର୍କକୁ ବିଭିନ୍ନ ଛବିରେ ଦେଖାଇଛନ୍ତି। ଠିକ୍ ସେହିପରି ଗାୟକ,ଗୀତିକାର ଓ ସଙ୍ଗୀତକାରମାନେ ମଧ୍ୟ ସଙ୍ଗୀତରୂପ ଦେଇଛନ୍ତି। ଆସନ୍ତୁ ନଜର ପକାଇବା ହିନ୍ଦୀ ସିନେମାର ଏଭଳି କେତେକ ଲୋକପ୍ରିୟ ରାଖୀ ଗୀତ ଉପରେ……

୧-ଭୈୟା ମେରେ ବନ୍ଧନ୍‌ କୋ ନିଭାନା:- ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ସିନେମା ‘ଛୋଟି ବହନ୍‌’ରେ ଥାଲା ଏହି ଗୀତ।ଏଥିରେ ଦୁଇ ଭାଇ ଭୂମିକାରେ ନଜର ଆସିଥିଲେ ବଲରାଜ୍‌ ସାହଣୀ ଓ ରେହମାନ୍‌। ଏହି ଫିଲ୍ମରେ ସାନ ଭଉଣୀ ସାଜିଥିଲେ ଅଭିନେତ୍ରୀ ନନ୍ଦା। ପପୁଲାର୍‌ ରାଖୀ ଗୀତରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର୍। ଗୀତିକାର ଶୈଳେନ୍ଦ୍ର ଓ ସଙ୍ଗୀତକାର -ଶଙ୍କର-ଜୟକିଶନ୍‌।
୨-ମେରେ ଭୈୟା ମେରେ ଚନ୍ଦା…ରାମ ମାହେଶ୍ୱରୀଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ‘କାଜଲ୍‌’ରେ ସ୍ଥାନିତ ହୋଇଥିଲା ଏହି ରାଖୀ ଗୀତ। ଏହାର ସଙ୍ଗୀତକାର ହେଲେ ରବି ଓ ଗାୟିକା ଆଶା ଭୋଁସଲେ।
୩-ବେହେନା ନେ ଭାଇ କି କଲାଇ:  ୧୯୭୪ ମସିହାର ହିନ୍ଦୀ ସିନେମା ‘ରେଶମ୍‌ କି ଡୋରି’ର ଏହି ଲୋକପ୍ରିୟ ରାଖୀ ଗୀତରେ କଣ୍ଠଦାନ କରିଥିଲେ ସୁମନ୍‌ କଲ୍ୟାଣପୁର। ଏହାର ଗୀତିକାର ଇନ୍ଦିବର ଓ ସଙ୍ଗୀତକାର ହେଲେ ଶଙ୍କର-ଜୟ କିଶନ୍‌।

ଦେବ ଆନନ୍ଦ ଓ ଜୀନତ ଅମାନ୍‌ ବନିଥିଲେ ଭାଇ-ଭଉଣୀ

୪-ଫୁଲୋଁକା ତାରୋଁ କା ସବ୍‌କା କେହନାହେ….‘ହରେ ରାମା ହରେ କ୍ରିଷ୍ଣା’ ଫିଲ୍ମର ଏହି ସୁପରହିଟ୍‌ ରାଖୀଗୀତକୁ ସହଜରେ ଭୁଲିହେବ ନାହିଁ। ଏହି ସିନେମାରେ ଦେବ ଆନନ୍ଦ ଓ ଜୀନତ ଅମାନ୍‌ ବନିଥିଲେ ଭାଇ-ଭଉଣୀ। ଏହି ଗୀତରେ କଣ୍ଠଦାନ କରିଥିଲେ କିଶୋର କୁମାର ଓ ଲତା ମଙ୍ଗେସକର୍। ଆନନ୍ଦ ବକ୍ସିଙ୍କ ରଚିତ ଏହି ଗୀତର ସ୍ୱର ସଂଯୋଜନା କରିଥିଲେ ଆର୍‌.ଡି ବର୍ମନ୍‌।

୫-ମେରି ପ୍ୟାରି ବହନିୟା ବନେଗି ଦୁଲହନିଆ: ପ୍ରଖ୍ୟାତ ନିର୍ଦ୍ଦେଶକ ମନମୋହନ ଦେଶାଇଙ୍କ ସୁପରହିଟ୍‌ ଫିଲ୍ମ‘ସଚ୍ଚା ଝୁଠା’ର ଏହି ଗୀତରେ ଭାଇ-ଭଉଣୀ ସଂପର୍କକୁ ନୂଆ ରୂପ ଦିଆଯାଇଥିଲା । ଏହି ଗୀତରେ କଣ୍ଠଦାନ କରିଥିଲେ କିଶୋର କୁମାର। ଏହାର ସଙ୍ଗୀତନିର୍ଦ୍ଦେଶକ  କଲ୍ୟାଣଜୀ-ଆନନ୍ଦଜୀ।

୬: ରକ୍ଷାବନ୍ଧନ ବାଦା ହେ ୟା ଧାଗା ହେ ପ୍ୟାର୍‌କା: ୨୦୨୨ରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକଆନନ୍ଦ ଏଲ୍ ରାୟଙ୍କ ‘ରକ୍ଷାବନ୍ଧନ’ ସିନେମାର ଏହି ଗୀତରେ କଣ୍ଠଦାନ କରିଥିଲେ ଶ୍ରେୟା ଘୋଷାଲ୍। ଗୀତିକାର ଇରସାଦ୍ କାମିଲ। ହିମେଶ ରେଶାମିୟା ଏହାର ସଂଗୀତକାର।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button