ମନୋରଞ୍ଜନ

Piyush Tripathi : ମୁଣ୍ଡବୁଲାଇବାରୁ ମଞ୍ଚରେ ପଡ଼ିଗଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ

ନାଟକ ପରିବେଷଣ ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ।ତାଙ୍କୁ ଉଦ୍ଧାର କରାଯାଇ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।

ଦେବଗଡ: ଯାତ୍ରା ମଞ୍ଚରେ ଅଘଟଣ। ମଞ୍ଚରେ ମୁଣ୍ଡବୁଲାଇବାରୁ ପଡ଼ିଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ ଦେବଗଡ଼ଜିଲ୍ଲା ବାରକୋଟ ବ୍ଲକର ବାସୁପାଲି ଗ୍ରାମରେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ପରିବେଷଣ ସମୟରେ  ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ।ତାଙ୍କୁ ଉଦ୍ଧାର କରାଯାଇ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।ସେ ଅସୁସ୍ଥ ହେବାରୁ ଯାତ୍ରା ବନ୍ଦ କରାଯାଇଥିଲା।

ମଞ୍ଚରେ ଲୋକପ୍ରିୟ ନାଟକ ‘ଏଡା’ ମଞ୍ଚସ୍ଥ ହେଉଥିଲା

ଏଭଳି ଅଭାବନୀୟ ଘଟଣା ଭୋର ୪ଟା ବେଳକୁ ଘଟିଥିଲା। ସେହି ମଞ୍ଚରେ ଲୋକପ୍ରିୟ ନାଟକ ‘ଏଡା’ ମଞ୍ଚସ୍ଥ ହେଉଥିଲା। ନାଟକର ଆଉ ମାତ୍ର ତିନିଟି ସିନ୍ ବାକିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button