ଖେଳ

Kalinga Stadium: କଳିଙ୍ଗ ଷ୍ଟାଡିୟମ୍‌ରେ ରୋଲ୍‌ବଲ୍‌ କୋର୍ଟ

ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ଆଉ ଏକ ଭଲ ଭିତ୍ତିଭୂମି ଯୋଡ଼ି ହେବାକୁ ଯାଉଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌‌ରେ ଖୁବ୍ ଶୀଘ୍ର ରୋଲ୍‌ ବଲ୍‌ର ଏକ ନୂଆ କୋର୍ଟ କାମ ଆଗେଇ ଚାଲିଛି। ଯାହାକି ରାଜ୍ୟ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ତାଲିକାରେ ଆଉ ଏକ ‘ପ୍ରଥମ’ ଯୋଡ଼ିବାକୁ ଯାଉଛି।

ଭୁବନେଶ୍ବର: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ଆଉ ଏକ ଭଲ ଭିତ୍ତିଭୂମି ଯୋଡ଼ି ହେବାକୁ ଯାଉଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌‌ରେ ଖୁବ୍ ଶୀଘ୍ର ରୋଲ୍‌ ବଲ୍‌ର ଏକ ନୂଆ କୋର୍ଟ କାମ ଆଗେଇ ଚାଲିଛି। ଯାହାକି ରାଜ୍ୟ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ତାଲିକାରେ ଆଉ ଏକ ‘ପ୍ରଥମ’ ଯୋଡ଼ିବାକୁ ଯାଉଛି। କଳିଙ୍ଗ ଷ୍ଟାଡିୟମ୍‌ର ଗେଟ୍‌ ନମ୍ବର ୮ ପ୍ରବେଶ ଦ୍ବାରରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବର୍ଷା ପ୍ରତିବଂଧକ ସାଜିଥିବାବେଳେ ମାତ୍ର ୫ ପ୍ରତିଶତ କାମ ବାକି ରହିଛି।

ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଏହି ଖେଳ ଉପଯୋଗୀ ହୋଇଯିବ’ ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ରୋଲ୍‌ ବଲ୍‌ ସଂଘର ପ୍ରତିଷ୍ଠାତା ପାର୍ଥ ସାରଥି ଜେନା। ୪୦ ଗୁଣା ୨୦ ମିଟର୍‌ ବିଶିଷ୍ଟ ଏହି କ୍ଷେତ୍ର ଲୋକାର୍ପିତ ହେଲେ ରାଜ୍ୟରେ ପ୍ରଥମ ଅନ୍ତର୍ଜାତୀୟ ସ୍ତରର ରୋଲ୍‌ ବଲ୍‌ କୋର୍ଟ ରାଜ୍ୟର ଖେଳାଳିଙ୍କୁ ଅଭ୍ୟାସ ସହିତ ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ସୁଯୋଗ ବି ଆଣିଦେବ ବୋଲି ବିଶ୍ବାସ କରାଯାଉଛି। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ବହନ କରୁଛି। ଏଥି ପାଇଁ ଶ୍ରୀ ଜେନା ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସଚିବ ଭୂପିନ୍ଦର ସିଂହ ପୁନିଆଙ୍କ ସହ ଅନ୍ୟ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୂଆ ରୋଲ୍‌ ବଲ୍‌ କୋର୍ଟ ଏହି ଖେଳ ପାଇଁ ଭୁବନେଶ୍ବରକୁ ଭାରତର ଅନ୍ୟତମ ହବ୍‌ ଭାବେ ଉଭା କରାଇବ ବୋଲି ମଧ୍ୟ ଶ୍ରୀ ଜେନା ଆଶା ପ୍ରକଟ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ ପ୍ରଶାସନ ଓ ପିଡବ୍‌ଲ୍ୟୁଡି ଇଂଜିନିୟରମାନଙ୍କ ଉତ୍ତମ ଯୋଜନା ଓ ଉଚ୍ଚମାନର ନିର୍ମାଣ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଇଛି। ଭବିଷ୍ୟତରେ ଏହି ରୋଲ୍‌ ବଲ୍‌ କୋର୍ଟ ଖେଳାଳି, ପ୍ରଶିକ୍ଷକ, ସ୍ବେଛାସେବୀ ଓ ପରିବାରଙ୍କୁ ଖେଳ ପ୍ରତି ଆକର୍ଷିତ ଓ ଉତ୍ସାହିତ କରିବ ବୋଲି ବିଶ୍ବାସ କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button