ମହାନଗର

Land: ଜମି ବିକ୍ରି ନାଁରେ ୪୦ ଲକ୍ଷ ଚଳୁ: ପୁଅ ଗିରଫ ବାପା ଫେରାର

ଜମି ବିକ୍ରି କରିବାକୁ କହି ଧୂର୍ତ୍ତ ବାପା-ପୁଅ ୪୦ ଲକ୍ଷ ଟଙ୍କା ଚଳୁ କରିଦେଲେ। ଜମି ତ ଦେଲେ ନାହିଁ, ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା ଧମକ ଦେଲେ। ଏହି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁଅକୁ ବାନ୍ଧିଛି ଏବଂ ଫେରାର ବାପାକୁ ଖୋଜୁଛି।

ଭୁବନେଶ୍ୱର: ଜମି ବିକ୍ରି କରିବାକୁ କହି ଧୂର୍ତ୍ତ ବାପା-ପୁଅ ୪୦ ଲକ୍ଷ ଟଙ୍କା ଚଳୁ କରିଦେଲେ। ଜମି ତ ଦେଲେ ନାହିଁ, ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା ଧମକ ଦେଲେ। ଏହି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁଅକୁ ବାନ୍ଧିଛି ଏବଂ ଫେରାର ବାପାକୁ ଖୋଜୁଛି। ଆଜି ପୁଲିସ କୋର୍ଟ ଚାଲାଣ କରିଥିବା ଅଭିଯୁକ୍ତ ହେଲେ ପୁରୀଜିଲ୍ଲା କୋଣାର୍କ ଥାନା ଅଞ୍ଚଳର ନିରଞ୍ଜନ ସାହୁ (୩୪)। ବାପା ରମେଶ ଚନ୍ଦ୍ର ସାହୁ ଫେରାର ହୋଇଯାଇଛି।

ପୁଲିସ ସୂଚନାନୁଯାୟୀ ଅଭିଯୋଗକାରୀ କିଶୋର ଚନ୍ଦ୍ର ପାତ୍ର ଏହି ଠକାମିର ଶିକାର ହୋଇଛନ୍ତି। ୨୦୧୦ମସିହାରୁ କିଶୋର ଓ ରମେଶଙ୍କ ମଧ୍ୟରେ ସମ୍ପର୍କ ଥିଲା। ୨୦୧୮ ମସିହାରେ ରମେଶ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ବେଗୁନିଆ ମୌଜାସ୍ଥିତ  ତାଙ୍କ ଜମି ବିକ୍ରି କରିବେ ବୋଲି କହିଥିଲେ। କିଶୋର ସେହି ଜମି କିଣିବା ପାଇଁ ରାଜି ହୋଇଥିଲେ। ମୂଲଚାଲ ପରେ ଜମିର ମୂଲ୍ୟ ୧ କୋଟି ୭୦ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ଛିଡ଼ିଥିଲା। ଅଗ୍ରିମ ଆକାରରେ କିଶୋର ୪୦ ଲକ୍ଷ ଟଙ୍କା ଦେଇଥିଲେ। ଏନେଇ ୨୦୧୮ ସେପ୍ଟେମ୍ବର ୧୨ରେ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ମଧ୍ୟ ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button