ମହାନଗର
Land: ଜମି ବିକ୍ରି ନାଁରେ ୪୦ ଲକ୍ଷ ଚଳୁ: ପୁଅ ଗିରଫ ବାପା ଫେରାର
ଜମି ବିକ୍ରି କରିବାକୁ କହି ଧୂର୍ତ୍ତ ବାପା-ପୁଅ ୪୦ ଲକ୍ଷ ଟଙ୍କା ଚଳୁ କରିଦେଲେ। ଜମି ତ ଦେଲେ ନାହିଁ, ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା ଧମକ ଦେଲେ। ଏହି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁଅକୁ ବାନ୍ଧିଛି ଏବଂ ଫେରାର ବାପାକୁ ଖୋଜୁଛି।

ଭୁବନେଶ୍ୱର: ଜମି ବିକ୍ରି କରିବାକୁ କହି ଧୂର୍ତ୍ତ ବାପା-ପୁଅ ୪୦ ଲକ୍ଷ ଟଙ୍କା ଚଳୁ କରିଦେଲେ। ଜମି ତ ଦେଲେ ନାହିଁ, ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା ଧମକ ଦେଲେ। ଏହି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁଅକୁ ବାନ୍ଧିଛି ଏବଂ ଫେରାର ବାପାକୁ ଖୋଜୁଛି। ଆଜି ପୁଲିସ କୋର୍ଟ ଚାଲାଣ କରିଥିବା ଅଭିଯୁକ୍ତ ହେଲେ ପୁରୀଜିଲ୍ଲା କୋଣାର୍କ ଥାନା ଅଞ୍ଚଳର ନିରଞ୍ଜନ ସାହୁ (୩୪)। ବାପା ରମେଶ ଚନ୍ଦ୍ର ସାହୁ ଫେରାର ହୋଇଯାଇଛି।
ସୌଜନ୍ୟ ସମ୍ବାଦ




