ମହାନଗର

History: ‘ଆଞ୍ଚଳିକ ଇତିହାସର ସୁରକ୍ଷା ନିତାନ୍ତ ଜରୁରୀ’

ପ୍ରତ୍ୟେକ ଜାତି ପାଇଁ ଏହାର ଆଞ୍ଚଳିକ ଇତିହାସ ଗୁରୁତ୍ବ ବହନ କରେ। ବର୍ତ୍ତମାନ ସମୟରେ ଏହି ଆଞ୍ଚଳିକ ଇତିହାସକୁ କଦର୍ଥ କରିବାକୁ ଚେଷ୍ଟା କରାଯାଉଛି। ଏଥିପ୍ରତି ଐତିହାସିକ ଓ ବୁଦ୍ଧିଜୀବୀମାନେ ଚିନ୍ତିତ ନ ହେବା ଉଦ୍‌ବେଗର ବିଷୟ।

ଭୁବନେଶ୍ୱର: ପ୍ରତ୍ୟେକ ଜାତି ପାଇଁ ଏହାର ଆଞ୍ଚଳିକ ଇତିହାସ ଗୁରୁତ୍ବ ବହନ କରେ। ବର୍ତ୍ତମାନ ସମୟରେ ଏହି ଆଞ୍ଚଳିକ ଇତିହାସକୁ କଦର୍ଥ କରିବାକୁ ଚେଷ୍ଟା କରାଯାଉଛି। ଏଥିପ୍ରତି ଐତିହାସିକ ଓ ବୁଦ୍ଧିଜୀବୀମାନେ ଚିନ୍ତିତ ନ ହେବା ଉଦ୍‌ବେଗର ବିଷୟ। ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ସହିଦ ହୋଇଥିବା ବରପୁତ୍ରମାନଙ୍କ ଜୀବନୀକୁ ଗବେଷଣା କରାଗଲେ ପ୍ରକୃତ ଇତିହାସ ଲୋକଲୋଚନକୁ ଆସିପାରିବ। ଏହି ବରପୁତ୍ରମାନେ ଅଦମ୍ୟ ସାହସ ଓ ସ୍ବାଭିମାନର ଅଧିକାରୀ ଥିଲେ। ଆମ ମଧ୍ୟରେ ଏହି ସ୍ବାଭିମାନ ଓ ସାହସ କାହିଁକି କମିଯାଉଛି, ଏହି ପ୍ରଶ୍ନ ଆମକୁ ଆନ୍ଦୋଳିତ କରିବା ଜରୁରୀ। ଆମର ପୂର୍ବଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ସେମାନଙ୍କର ଜୀବନୀକୁ ଅଧ୍ୟୟନ କରିବାକୁ ହେବ। ଭୁବନେଶ୍ବରସ୍ଥିତ ସହିଦ ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ବରୀ, କାଇପଡ଼ା ଗୁଳିକାଣ୍ଡରେ କାଇମାଟିଆରେ ସହିଦ ହୋଇଥିବା ସାଉଁଟି ମଲ୍ଲିକ, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁଙ୍କ ସ୍ମୃତିରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ସହିଦ ସାଉଁଟି ମଲ୍ଲିକ, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ ପଣ୍ଡା, ମାୟାଧର ଭୂୟାଁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ଉତ୍ସବ

ବିଶିଷ୍ଟ ଅତିଥି ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ କହିଲେ, ବର୍ତ୍ତମାନର ପିଢ଼ି ଆମର ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ କିମ୍ବା ସହିଦଙ୍କ ବିଷୟରେ ଜାଣିବାକୁ ଇଚ୍ଛୁକ ନୁହନ୍ତି। ଆମର ଇତିହାସକୁ ନ ଜାଣିଲେ ଏହି କଷ୍ଟଲବ୍ଧ ସ୍ୱାଧୀନତା ବିପନ୍ନ ହୋଇପଡ଼ିବ। ଭବିଷ୍ୟତ ପିଢ଼ିଙ୍କ ନିକଟରେ ଏହି ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ପହଞ୍ଚିବା ନିତାନ୍ତ ଆବଶ୍ୟକ। ମୁଖ୍ୟବକ୍ତା ସ୍ତମ୍ଭକାର ସ୍ୱରାଜ ମିଶ୍ର କହିଲେ, ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶବାସୀ ଅହିଂସାର ଶକ୍ତିକୁ ଚିହ୍ନି ପାରିଥିଲେ। ସାଧାରଣ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଭାବନାକୁ ଉଜ୍ଜୀବିତ କରିପାରିଥିଲେ। ସମ୍ମାନିତ ବକ୍ତା ସରୋଜ କୁମାର ସାମଲ, ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସ୍ୱାଧୀନତା ସଂଗ୍ରାମୀମାନେ ଗାନ୍ଧୀଙ୍କ ଆହ୍ୱାନରେ ଅହିଂସା ମାର୍ଗରେ ସ୍ୱାଧୀନତା ପ୍ରାପ୍ତି ଲକ୍ଷ୍ୟରେ ବଳିଦାନ ଦେବାକୁ ପଛାଇ ନଥିଲେ ବୋଲି କହିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button