ଜାତୀୟ

Delivery Boy: ଡେଲିଭରି ବୟଙ୍କୁ ରାକ୍ଷୀ ବାନ୍ଧି ପାଦ ଛୁଇଁଲେ ମହିଳା, ଭାଇ ଦେଲେ ଏମିତି ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୨୯।୮: ସ୍ନେହ ଓ ଆଦରର ପବିତ୍ର ପର୍ବ ‘ରକ୍ଷାବନ୍ଧନ’ । ଏହି ରାକ୍ଷୀକୁ ନେଇ ଏକ ଅନନ୍ୟ ସମ୍ପର୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଜରାଟ ବଡ଼ୋଦରାର ଆକାଂକ୍ଷା ସିଂହ ନାମକ ଜଣେ ମହିଳା ତାଙ୍କ ଘରକୁ ସାମଗ୍ରୀ ପହଞ୍ଚାଇବାକୁ ଆସିଥିବା ‘ଜେପ୍ଟୋ’ ଡେଲିଭରି ବୟଙ୍କ ହାତରେ ରାକ୍ଷୀ ବାନ୍ଧି ସମସ୍ତଙ୍କ ହୃଦୟ ଜିଣିଛନ୍ତି ।

“୫୦ ଟଙ୍କା ନୁହେଁ, ଏହା ହେଉଛି ଭାଇର ଆଶୀର୍ବାଦ”

ଇନଷ୍ଟାଗ୍ରାମ୍‌ରେ ଭିଡିଓ ଶେୟାର କରି ଆକାଂକ୍ଷା ଲେଖିଛନ୍ତି, “କିଛି ଉପହାର ଅମୂଲ୍ୟ ହୋଇଥାଏ, ସେଥିମଧ୍ୟରୁ ଏହି ୫୦ ଟଙ୍କାର ନୋଟ୍ ଅନ୍ୟତମ ।” ଭିଡିଓରେ ଦେଖାଯାଇଛି ଯେ, ଡେଲିଭରି ବୟଜଣକ ପ୍ୟାକେଟ୍ ଦେବା ପାଇଁ କବାଟ ବାଡ଼େଇବା ମାତ୍ରେ ଆକାଂକ୍ଷା ତାଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହାପରେ ସେ ତାଙ୍କ ହାତରେ ରାକ୍ଷୀ ବାନ୍ଧି ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହି ନିଆରା ବ୍ୟବହାରରେ ଭାବବିହ୍ୱଳ ହୋଇ ଯୁବକଜଣକ ସଙ୍ଗେ ସଙ୍ଗେ ଉପହାର ଦେବାକୁ ଚାହିଁଥିଲେ । ସେ କ୍ୟୁ ଆର୍ କୋଡ୍ ମାଧ୍ୟମରେ ଟଙ୍କା ପଠାଇବାକୁ ଅନୁରୋଧ କରିଥିଲେ । ଆକାଂକ୍ଷା ମନା କରିବାରୁ ସେ ନିଜ ପକେଟରୁ ୫୦ ଟଙ୍କାର ଗୋଟିଏ ନୋଟ୍ କାଢ଼ି ତାଙ୍କୁ ଦେଇଥିଲେ । ମହିଳାଜଣକ ଟଙ୍କା ନେବାକୁ ସଙ୍କେଚ କରୁଥିବା ଦେଖି ଡେଲିଭରି ଯୁବକଜଣକ କହିଥିଲେ, “ଏବେ ଭାଇ ବୋଲି ଡାକିଛି ନା ! ” ଏହାସହ ଆଗାମୀ ଦିନରେ କୌଣସି ବି ସମସ୍ୟାରେ ସେ ଜଣେ ଭାଇ ଭାବେ ତାଙ୍କ ସହ ଛିଡ଼ା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button