ଜାତୀୟ

Viral Video | ଭଉଣୀ ପଠାଇଥିବା ରାକ୍ଷୀ ଧରି ବିମାନରେ ବେଙ୍ଗାଲୁରୁ ପହଞ୍ଚିଲେ ଭାଇ, ଦେଖି ଖୁସିରେ ନାଚି ଉଠିଲେ ଭଉଣୀ

ବେଙ୍ଗାଲୁରୁ ୨୯/୮: ବେଙ୍ଗାଲୁରୁରୁ ଭାଇ ପାଖକୁ ରାକ୍ଷୀ ପଠାଇଥିଲେ ଭଉଣୀ । ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଯାଇ ନପାରିବାରୁ କୋରିୟରରେ ପଠାଇ ଘରେ ବାନ୍ଧିଦେବାକୁ କହିଥିଲେ । କିନ୍ତୁ ଭାଇଙ୍କ ଯୋଜନା ଥିଲା କିଛି ଅଲଗା । ନିଜେ ନିଜେ ରାକ୍ଷୀ ନବାନ୍ଧି ଭଉଣୀଙ୍କଠାରୁ ହିଁ ରାକ୍ଷୀ ବାନ୍ଧିବା ଲାଗି ଯୋଜନା କରିଥିଲେ ଭାଇ । ଆଉ ଭଉଣୀଙ୍କୁ କିଛି ନଜଣାଇ ରାକ୍ଷୀପୂର୍ଣ୍ଣିମା ଦିନ ହିଁ ବିମାନ ଯୋଗେ ବେଙ୍ଗାଲୁରୁରେ ପହଞ୍ଚିଯାଇଥିଲେ ଭାଇ । ସାଙ୍ଗରେ ନେଇଯାଇଥିଲେ ସେହି ରାକ୍ଷୀ ଯାହାକୁ ତାଙ୍କ ଭଉଣୀ କୋରିୟର କରିଥିଲେ । ସେପଟେ ବେଙ୍ଗାଲୁରୁରେ ତାଙ୍କ ଆଖି ସାମ୍ନାରେ ଭାଇଙ୍କୁ ଦେଖି ଭଉଣୀ ଯେପରି ଚକିତ ଏବଂ ଖୁସି ହୋଇପଡ଼ିଥିଲେ ତାହାର ଭାବପୂର୍ଣ୍ଣ ଭିଡିଓ ଏବେ ଇଣ୍ଟରନେଟରେ ଅନେକ ଭଲପାଇବା ସାଉଣ୍ଟିଛି । ସିଦ୍ଧାର୍ଥ ଆନନ୍ଦ ନାମକ ଜଣେ ଯୁବକ ଏହି ଭିଡିଓ ପୋଷ୍ଟ କରିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button