ରାଜ୍ୟ

Floodwater Disrupts ମାସେ ହେଲାଣି ବିଦ୍ୟାଳୟରୁ ଖସୁନି ବଢ଼ିପାଣି, ଫିଟୁନି ଛାତ୍ରଛାତ୍ରୀଙ୍କ ବହିବସ୍ତାନି

ବୈତରଣୀ ନଦୀରେ ବାରମ୍ବାର ବନ୍ୟା ଯୋଗୁଁ ଯାଜପୁରର ଦଶରଥପୁର ବ୍ଲକର ଅନେକ ବିଦ୍ୟାଳୟରେ ପାଣି ଜମି ରହିଛି। ପ୍ରାୟ ଏକ ମାସ ଧରି ପାଠପଢ଼ା ବାଧାପ୍ରାପ୍ତ ହେବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି।

ଦଶରଥପୁର (ଚନ୍ଦ୍ରଶେଖର ସାହୁ): ଚଳିତ ବର୍ଷ ବୈତରଣୀ ନଦୀରେ କ୍ରମାଗତ ଭାବେ ୬ ଥର ବଢ଼ି ଆସିଛି। ବର୍ତ୍ତମାନ ପୁଣି ବର୍ଷା ଯୋଗୁଁ ୭ମ ବନ୍ୟା ଆସିବା ଆଶଙ୍କା ସୃଷ୍ଟି ହେଲାଣି। ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦଶରଥପୁର ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ଗତ ୧ ମାସ ଧରି ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ବଢ଼ିପାଣି ଜମି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପାଠପଢ଼ା ବନ୍ଦ ରହିଛି। ବଢ଼ିପାଣିର ଭୟ ସାଙ୍ଗକୁ ଭବିଷ୍ୟତର ପାଠପଢ଼ାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି।

ଜୁଲାଇ ୬ ତାରିଖ ରୁ ଏଯାବତ ଆସିସାରିଛି ୬ ଥର ବନ୍ୟା। ଆଜି ଠାରୁ ମଧ୍ୟ ବର୍ଷା ଲାଗି ରହିଛି। ମାତ୍ର ଜୁଲାଇ ୨୮ ରେ ବଡ଼ ବନ୍ୟା ଆସିବାରୁ ୪ ଟି ଘାଇ ସୃଷ୍ଟି ହୋଇ ବ୍ଲକର ମୋଟ ୩୫ ପଞ୍ଚାୟତରୁ ୧୯ ପଞ୍ଚାୟତର ୬୦ ଗ୍ରାମ ଜଳମଗ୍ନ ହୋଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button