ରାଜ୍ୟ

Labour Officer Arrested ଠିକାଦାରଠୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଶ୍ରମଅଧିକାରୀ ଗିରଫ

ବିଦ୍ୟୁତ୍‌ ଠିକାଦାରଙ୍କଠାରୁ ଅନୁମତିପତ୍ର ଦେବା ପାଇଁ ଅଭିଯୋଗ ଅନୁସାରେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭୁବନେଶ୍ବର: ଜଣେ ବିଦ୍ୟୁତ୍‌ ଠିକାଦାର ନିକଟରୁ ୨୦ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦୁଝରଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି।

୧୬ ତାରିଖରେ ସେ ଆବେଦନର ଅଗ୍ରଗତି ସମ୍ପର୍କରେ ଶ୍ରମ ବିଭାଗ ଅଧିକାରୀଙ୍କୁ ପଚାରିଥିଲେ। ତେବେ ଅନୁମତି ପତ୍ର ଦେବା ନିମନ୍ତେ ଶ୍ରମ ଅଧିକାରୀ ବିଷୋୟୀ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଠିକାଦାର ଜଣକ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍‌ସ ଟିମ୍‌ ଉକ୍ତ ଶ୍ରମ ଅଧିକାରୀଙ୍କୁ ରଙ୍ଗେହାତ ଧରିବାକୁ ଯୋଜନା କରିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button