ରାଜ୍ୟ

Passed Away: ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ଆଇଜି ସଫିନ ଅହମ୍ମଦଙ୍କ ଅକାଳ ବିୟୋଗ

ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ଆଇଜି ସଫିନ ଅହମ୍ମଦଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କର ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଶୋକ ପ୍ରକାଶ କରିଛନ୍ତି।

ଭୁବନେଶ୍ବର: ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ଆଇଜି ସଫିନ ଅହମ୍ମଦଙ୍କ ଅକାଳ ବିୟୋଗ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କେରଳର ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍‌ର ଜଣେ ଦକ୍ଷଆଇପିଏସ୍ ଅଫିସର ଥିଲେ । ଜୁଲାଇ ୨୦୨୩ ରୁ ସେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ତୁଲାଉଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଶୋକ

 

ନିଜର କାର୍ଯ୍ୟକାଳ ମଧ୍ୟରେ ସେ ସାଇବର କ୍ରାଇମ ଏବଂ କ୍ରିମିନାଲ ଇନଭେଷ୍ଟିଗେସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପଦକ ଓ ସମ୍ମାନ ଲାଭ କରିଥିଲେ। ତାଙ୍କର ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏବଂ ଓଡ଼ିଶା ପୁଲିସ ବିଭାଗ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button