ଦେଶ ବିଦେଶ

ନିଟ୍‌-ପିଜି ବେଳେ ବିଦ୍ୟୁତ୍‌ କାଟ୍‌ ; ୫ରେ ଜୟପୁରର ୨ ସେଣ୍ଟରରେ ପୁନଃ ପରୀକ୍ଷା

ଜୟପୁର: ରବିବାର ଦେଶବ୍ୟାପୀ ନିଟ୍-ପିଜି ପରୀକ୍ଷା ଅନୁଷ୍ଠିତ ହୋଇଛି। ଆଜିର ପରୀକ୍ଷା ସମୟରେ ରାଜସ୍ଥାନ ଜୟପୁରର ଦୁଇଟି କେନ୍ଦ୍ରରେ ବିଦ୍ୟୁତ୍ କାଟ୍ ଓ ବୈଷୟିକ ତ୍ରୁଟି କାରଣରୁ ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କମ୍ପ୍ୁଟର ଦ୍ବାରା ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ବିଦ୍ୟୁତ୍ କାଟ୍‌ ଯୋଗଁୁ କମ୍ପ୍ୁଟର ବାରମ୍ବାର ବନ୍ଦ (ସଟ୍ ଡାଉନ୍‌) ହୋଇଯାଇଥିଲା। ସୀତାପୁର ସେଣ୍ଟରରେ କମ୍ପ୍ୁଟର ୬ରୁ ୭ଥର ସଟ୍‌ ଡାଉନ୍ ହୋଇଥିଲା। ଏହି ଘଟଣାକୁ ନେଇ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ପରୀକ୍ଷା କେନ୍ଦ୍ର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକୁ ନେଇ ନ୍ୟାସନାଲ ବୋର୍ଡ ଅଫ୍ ଏଗ୍‌ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ (ଏନବିଇଏମ୍‌ଏସ୍‌) ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ପୁନଃପରୀକ୍ଷା କରିବାକୁ ଘୋଷଣା କରିଛି। ପୁନଃପରୀକ୍ଷା ହେବାକୁ ଥିବା ଦୁଇଟି ସେଣ୍ଟର ହେଲା ଜୟପୁରର ସୀତାପୁରାସ୍ଥିତ କେନ୍ଦ୍ର ନମ୍ବର ୪୧୬୮୨ ଓ ୪୧୬୮୩।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button